pr

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

dr. purohit

ବ୍ରହ୍ମପୁର : ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୱାର୍ଡ ନଂ.୯ର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଥିବାର ଖବର ମିଳିଛି । ମୋଟ୍ ୫ଟି ଜାଗାରେ ଏକକାଳୀନ ଚଢାଉ ଚାଲିଥିବା ସୂଚନାରେ କୁହାଯାଇଛି । ଆଜି ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କର ଲକ୍ଷ୍ମୀ ନୃସିଂହ ନଗରସ୍ଥିତ ଦୁଇଟି ବାସଭବନ, ଗଣେଶ ନଗରର ଘର, ଭୁବନେଶ୍ବରରେ ଥିବା ଦୁଇଟି ଆପାର୍ଟମେଣ୍ଟ ଏବଂ ବ୍ରହ୍ମପୁରର ଦଳିଆ ଗଳିରେ ଥିବା ସଂପର୍କୀୟଙ୍କ ଘରେ ଚଢାଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସ ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢାଉ ଚାଲିଛି। ତେବେ ଏହି ଚଢାଉ ସମୟରେ କେତେ ଟଙ୍କାର ସଂପତ୍ତି ଠାବ ହୋଇଛି, ସେଥିନେଇ ଭିଜିଲାନ୍ସ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ ।

nrusinghnath
Leave A Reply

Your email address will not be published.