csstore

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ.ଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍ଲକ ଦହିତା ପଂଚାୟତ ପିଇଓ.ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ପିଇଓ ପୁରନ୍ଦର ସାହୁଙ୍କ ନିଜସ୍ୱ ବାସଭବନ ସହିତ ପଦ୍ମପୁରରେ ଥିବା ଆଉ ଏକ ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ପିଇଓ ଶ୍ରୀ ସାହୁଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ପାଇଁ ଭିଜିଲାନ୍ସ ଟିମ୍‌ ଚଢଉ କରିଥିବା ସହ ବର୍ତ୍ତମାନ କାଗଜ ପତ୍ର ଏବଂ ଘର, ଜମି ବାଡି ଭେଲ୍ୟୁଏସନ ଜାରି ରହିଥିବାର ସୁଚନା ଦେଇଛନ୍ତି ବରଗଡ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନ । ପିଇଓ.ଙ୍କ ଘର ସହ ମୋଟ ଦୁଇଟି ଜାଗାରେ ଚଢାଉ କରା ଯାଇଥିବା ସୁଚନା ରହିଛି ।

jayashree
Leave A Reply

Your email address will not be published.