p purohi

ପାଇକମାଲ ହାଇ ସ୍କୁଲରେ ବୃକ୍ଷ ରୋପଣ ଉତ୍ସବ, ଜନ୍ମଦିନରେ ବୃକ୍ଷ ଲଗାଇବା ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ପରିବେଶ ସମିତିର ସମ୍ପାଦକ ମିନକେତନ ସାହୁ, ସମ୍ମାନିତ ଅତିଥି ଭାବେ ପରିବେଶ ସମିତିର ଉପସଭାପତି ବଡ ଶତପଥି, ପ୍ରକୁତି ବନ୍ଧୁ ତଥା ନୃସିଂହନାଥ ବନସ୍ୱତୀ ବନ ପ୍ରକଳ୍ପ ସୋସାଇଟିର ସମ୍ପାଦକ ବିଭୁତି ଭୂଷଣ ମୁଣ୍ଡ, ଅବସରପାପ୍ତ ଶିକ୍ଷକ ନନ୍ଦଲାଲ ନାଏକ ଯୋଗଦେଇ ବୃକ୍ଷ ରୋପଣର ଉପକାରିତା ଉପରେ ଦିଗଦର୍ଶନ ଦେଇ ଗଛ ଲଗାଇବା ପାଇଁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନେ ଜନ୍ମଦିନମାନଙ୍କରେ ଗଛ ଲଗାଇବା ପାଇଁ ଶପଥ ନେଇଥିଲେ । ସଭା ପରିଚାଳନା ତ୍ରିଲୋଚନ ନାୟକ କରିଥିବା ବେଳେ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ୨୫୦ ଜଣ ଛାତ୍ରୀ ଓ ଛାତ୍ରମାନଙ୍କୁ ତଥା ଶିକ୍ଷକମାନଙ୍କୁ ଗୋଟିଏ ଲେଖାଏଁ ଅର୍ଳାଗଛ ପ୍ରଦାନ କରି ନିଜ ନିଜ ଘର ବାଡ଼ିରେ ଲଗାଇ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ ।

nrusinghnath
Leave A Reply

Your email address will not be published.