ls

ବିଜେପି ପକ୍ଷରୁ ମଣ୍ଡଳ ପ୍ରଶିକ୍ଷଣ ଶିବିର : ଏକ୍‌ଜୁଟ୍‌ ହେଲେ ବିଜେପି କର୍ମୀ

sb

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ପଞ୍ଚାୟତ ସ୍ଥିତ କାନ୍ଦୁଲସର ଠାରେ ଆଜି ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ଆଜି ଟିକ୍ରାପଡା, ବେଲଗା ଓ ସଇଁନ୍ତଳା ମଣ୍ଡଳର କର୍ମୀମାନଙ୍କୁ ନେଇ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଓଗାଁ ବ୍ଳକ ପ୍ରତିନିଧି ଅମିତ ସିଂ ନିନା, ସାଂସଦଙ୍କ ଟିଟିଲାଗଡ଼ ବ୍ଳକ ପ୍ରତିନିଧି ମୁକେଶ ଜୈନ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ସଇଁନ୍ତଲା ସରପଞ୍ଚ ଭୀମସେନ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ଦିନରେ ହେବାକୁ ଯାଉଥିବା ପଂଚାୟତ ସମିତି ନିର୍ବାଚନ ପାଇଁ ସମସ୍ତେ ଏକ୍‌ଜୁଟ୍‌ ହୁଅ, ପୁଣି ଥରେ ବିଜେପିର ବିଜୟ ବାନା ଉଡିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବଲାଙ୍ଗିର ସାଂସଦଙ୍କ ରୋଗୀ କଲ୍ୟାଣ ସମିତିର ବ୍ଳକ ପ୍ରତିନିଧି ତଥା ସଇଁନ୍ତଲା ଗ୍ରାମ ପଂଚାୟତ ସ୍ତରୀୟ ସଭାପତି ଆଶିଷ ସାହୁ, ଖିମନ୍ତ ସାହୁ, ଉମେଶ ସାହୁ ସମେତ ବିଜେପିର ଶତାଧିକ କର୍ମୀ ମାନେ ସାମିଲ ହୋଇଥିଲେ ।

pc pk
Leave A Reply

Your email address will not be published.