କଅଁଳପଡା ଖଣ୍ଡୁଆଳ ପୀଠରେ ବିଶ୍ୱଶାନ୍ତି ଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଁଅଳପଡା ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ବରାହୀ (ଖଣ୍ଡୁଆଳ) ଠାକୁରାଣୀଙ୍କ ପୀଠସ୍ଥଳୀରେ ୧୨ତମ ବାର୍ଷିକ ବିଶ୍ୱଶାନ୍ତି ଯଜ୍ଞ ଗ୍ରାମବାସୀ ପକ୍ଷରୁ ଅନୁଷ୍ଠିିତ ହୋଇଯାଇଛି । ମଙ୍ଗଳବାର ଠାରୁ ୪ଦିନ ବ୍ୟାପି ଅଙ୍କୁରାରୋପଣ, ଜଳଯାତ୍ରା, ଶାଲାମଣ୍ଡ, ଦେବୀ ଆବାହନ, ଅଗ୍ନିସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ଗୀତାପାଠ, ଶତରୁଦ୍ରାଭିଶେକ, ସପ୍ତସତୀ ଚଣ୍ଡିପାଠ, ହବନ ଆଦି ପୂଜାର୍ଚ୍ଚନା ହେବା ସହ ଏହି ଯଜ୍ଞ ଶୁକ୍ରବାର ଗୋଧୂଳି ଲଗ୍ନରେ ପୁର୍ଣ୍ଣାହୁତି ସମ୍ପନ୍ନ ହୋଇଛି । ସମଗ୍ର ଅଚଂଳରେ ଆଧ୍ୟାତ୍ମକ ପରିବେଶ ସୃଷ୍ଟି ସହ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.