ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସେ ମାହାଙ୍ଗାର ପୂର୍ବତନ ବିଜେଡି ବିଧାୟକ ଥିଲେ । ଶ୍ରୀ ବର୍ମାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ମେ ୨୬ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏନେଇ ଆଜି ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ସେ ଜଣେ ଜଣାଶୁଣା ଶିକ୍ଷକ ନେତା ଏବଂ ସାହିତ୍ୟିକ ମଧ୍ୟ ଥିଲେ । ସାରସ୍ୱତ ସାଧକ, ବିଶିଷ୍ଟ କବି, ଶିକ୍ଷାବିତ, ପୂର୍ବତନ ବିଧାୟକ ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଥିଲେ ।

Leave A Reply

Your email address will not be published.