ଓଡିଶା ଭିଜନ ୨୦୨୪ : ଟିଟିଲାଗଡ଼ କ୍ରିକେଟ କ୍ଳବ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗିତାରେ ଟିଟିଲାଗଡ଼ କ୍ରିକେଟ କ୍ଳବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ଟିଟିଲାଗଡ କ୍ରିକେଟ କ୍ଳବ ଓ ଅମିତାଭ ଫ୍ୟାନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ କ୍ରିକେଟ କ୍ଳବ ଟସ୍‌ ଜିାନିବା ପରେ ପ୍ରଥମେ ବ୍ୟାଟିଂ କରି ୪୫.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୬୮ ରନ୍‌ ସ୍କୋର କରିଥିଲେ । ଦଳ ତରଫରୁ ସୁନୀଲ ଭୋଇ ସର୍ବାଧିକ ୯୫ ରନ୍‌ ଓ ମହମ୍ମଦ ୟୁସୁଫ ୩୬ ରନ୍‌ କରିଥିଲେ । ଅମିତାଭ ଫ୍ୟାନ କ୍ଲବ ତରଫରୁ ଯଶୋବନ୍ତ ସିଂ ୪ ଟି ଓ ରାଜେଶ ସିକ୍କା ୩ ଟି ୱିକେଟ ଅକ୍ତିଆର କରିଥିଲେ । ୨୬୯ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଅମିତାଭ ଫ୍ୟାନ କ୍ଲବ ୩୬.୫ ଓଭର ସମସ୍ତ ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ, ଏହି ମ୍ୟାଚକୁ ୩୩ ରନ ବ୍ୟବଧାନରେ ହାରି ଯାଇଥିଲେ ।

ଅମିତାଭ ଫ୍ୟାନ କ୍ଲବ ତରଫରୁୁ ସ୍ୱପ୍ନ ଏସ. ସର୍ବାଧିକ ୫୬ ରନ୍‌ ଓ ଯଶୋବନ୍ତ ସିଂ ୪୩ ରନ୍‌ ସଂଗ୍ରହ କରିଥିଲେ । ଟିଟିଲାଗଡ କ୍ଳବ ତରଫରୁ ସୁମୀତ ନିଶାଲ ୫ଗୋଟି, ଅଜୟ ପଟ୍ଟନାୟକ ୨ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଟିଟିଲାଗଡ କ୍ଳବ ଦଳର ସୁମୀତ ନିଶାଲଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ରାଜେନ୍ଦ୍ର ସେଠ୍‌ ଓ ମୁକେଶ ସ୍ୱାଇଁ ପରିଚାଲନା କରିଥିବାବେଳେ ସ୍ୱାଗତ ଶୁଭଙ୍କର ଓ ସୁଭମ ନାଏକ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.