ପାଇକମାଲ ଥାନାରେ ବିଜୟା ଦଶମୀ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପରିସରରେ ବିଜୟା ଦଶମୀ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବ ଉପଲେକ୍ଷ ଜଗତ ଜନନୀ ମାଁ ଦଶଭୁଜା ଦୁର୍ଗାଙ୍କ ପୂଜାର୍ଚ୍ଚନା ପଣ୍ଡିତଙ୍କ ମନ୍ତ୍ର ପାଠ ବିଧିମତେ କରାଯାଇଥିଲା । ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ଉତ୍ସବରେ ପାଇକମାଲ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଅନ୍ୱସୟା ପ୍ରଧାନ କର୍ତ୍ତା ଭାବରେ ପୂଜାକାର୍ଯ୍ର ତୁଲାଇଥିଲେ । ପୂଜକ ପଣ୍ଡିତ ପ୍ରେମାନନ୍ଦ ଦେବତା ମାଁ ଦୁର୍ଗାଙ୍କ ମନ୍ତ୍ର, ଜପ, ହୋମ ଯଜ୍ଞ ନିର୍ବାହ କରିଥିଲେ । ପାଇକମାଲ ଥାନା ଅଧିନସ୍ଥ ୧୦୪ ଖଣ୍ଡ ଗାଁର ଉତ୍ତରୋତ୍ତର କାମନା ସହ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ମାଁ ଦୁର୍ଗାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ପୂଜା ଉତ୍ସବରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମାଁ ଦୁର୍ଗାଙ୍କ ଦର୍ଶନ ସହ ପ୍ରସାଦ ସେବନ କରିଥିଲେ । ପାଇକମାଲ ଥାନାର ଅଧିକାରୀ ଗଣ ବିଜୟ କୁମାର କନ୍ଧେର, ପଞ୍ଚାନନ କୁଆସ, ନିରଞ୍ଜନ ପୁରୋହିତ, ବିରେନ୍ଦ୍ର ବାଗ, ଘନ ବାଗ, ଗୟା ପ୍ରସାଦ ଶବର, ବୀଣା ତିର୍କୀ, ସଂକଳ୍ପ ସାହୁ, ଅନାଦୀ ସାହୁ ପ୍ରମୁଖ ପୂଜା ଉତ୍ସବକୁ ସଫଳ କରିଥିଲେ ।

Leave A Reply

Your email address will not be published.