ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଶ୍ରୀମତୀ ଜୟନ୍ତୀ ବେହେରା ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଶିଶୁ ବାଟିକା ଓ ପ୍ରାଥମିକ ବିଭାଗରୁ ୧୯୧ ଜଣ ପ୍ରତିଭାଗୀ ଶିଶୁ ଭାଗ ନେଇଥିବା ବେଳେ ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ସୁଜାତା ତ୍ରିପାଠୀ ପୁରସ୍କାର ପ୍ରଦାନ କରିଥିଲେ । ସହ ବିଜ୍ଞାନ ପ୍ରମୁଖ ବିବେକା ଗୁରୁଜୀ ସହଯୋଗ କରିଥିଲେ । ବିଦ୍ୟା ମନ୍ଦିର ପରିସରରେ କିଶୋର ପାତ୍ର ବିଜ୍ଞାନ ଶିକ୍ଷକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୁନି ବୈଜ୍ଞାନିକମାନଙ୍କୁ ବୈଜ୍ଞାନିକ ଚିନ୍ତା ଧାରା ଉପରେ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମମତା ଗଡ଼ତିଆ ବିଜ୍ଞାନ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବର୍ଗରୁ ୫୪ ଜଣ, ବାଳବର୍ଗରୁ ୩୮ ଜଣ ଓ କିଶୋର ବର୍ଗରୁ ୧୦ ଜଣ ଭାଗ ନେଇଥିବା ବେଳେ ୧୦ ଜଣ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.