om academy

ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର

jsm

କଟକ : ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଦ୍ୟାଶ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନାରେ କୁହାଯାଇଛି । ସୂଚନା ଅନୁସାରେ ଆଜି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୩୦ଟି ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଫେସବୁକ ପେଜ୍‌ରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଦ୍ୟାଶ୍ରୀ । ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ ଏହି ଭିଡିଓରେ କହୁଛନ୍ତି ।

Leave A Reply

Your email address will not be published.