oom

ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୫୯୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ୫୯୪ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକ ଅଧକ୍ଷା ବାସନ୍ତି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭତ୍ତା ବଣ୍ଟନ ଉତ୍ସବରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିତିଶ ବେହେରା, ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ଆତ୍ମା ଅଧ୍ୟକ୍ଷା ମିନତୀ ସେନାପତି ପ୍ରମୁଖ ଯୋଗଦେଇଥିଲେ । ବିଧାୟକ ମହାରଥୀ ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତର ନୂତନ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୫୯୪ ଜଣ ହିତାଧିକାରୀଙ୍କ ନାମ ଘୋଷଣା ସହ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନର ଶୁଭ ଆରମ୍ଭ କରିଥିଲେ । ଏହି ନୂତନ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମାସିକ ୧୦୦୦ ଟଙ୍କା ଓ ୭୦ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀମାନେ ମାସିକ ବାରଶହ ଟଙ୍କା ପାଇବେ ବୋଲି ବିଡ଼ିଓ ଶ୍ରୀ ବେହେରା ସୂଚନା ଦେଇଥିଲେ । ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.