centurian jitm

ଭାବବିହ୍ଵଳ ପରିବେଶରେ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେରୁଧର ପାତ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମେରୁଧର ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବରିଷ୍ଠ ସ୍ନାତକ ଶିକ୍ଷକ ଆର୍ତ୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ମେରୁଧର ପାତ୍ରଙ୍କୁ ପେନ୍‌ସନ୍‌ କାଗଜ ପତ୍ର, ଉପଢୌକନ, ମାନପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଉପଢୌକନ, ବିଭିନ୍ନ ଉପହାର ଓ ବୃକ୍ଷଚାରା ଉପହାର ଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ । ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଧା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲେ । ମାୟାବର୍ହା ସାଧନ କେନ୍ଦ୍ର ସଂଯୋଜକ ଜୟ ଶ୍ରୀରାମ ସିକନ୍ଦର, ନାଏବ ସରପଞ୍ଚ ସମ୍ପଦ ବାଗ, ଶିକ୍ଷାପ୍ରେମୀ ଭକ୍ତବନ୍ଧୁ ବାଗ, ଗ୍ରାମବାସୀ ଶିକ୍ଷକ ମନିକର ମାଝି, ଉତ୍ତର ଷାଣ୍ଡ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନନ୍ଦିଘୋଷ ମାଝି, ପୂର୍ବତନ ସଭାପତି ପଂଚୁ ଦୀପ୍, ଜିଲ୍ଲା ରେଡ୍‌କ୍ରସ୍‌ ଅଧିକାରୀ ରବିଚନ୍ଦ୍ର ପଶାୟତ, ଜିଲ୍ଲା ସ୍କାଉଟ୍‌ ତାଲିମ୍‌ ଅଧିକାରୀ ଦୀନବନ୍ଧୁ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ବିଦ୍ୟାଳୟ ପ୍ରତି ସମର୍ପଣ ଅତୁଳନୀୟ ବୋଲି କହିଥିଲେ । ଶିକ୍ଷୟତ୍ରୀ ଚୁମକି ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦାୟୀ ପ୍ରଧାନଶିକ୍ଷକ ମେରୁଧର ପାତ୍ର ନିଜ ବକ୍ତବ୍ୟରେ ବିଗତ ଦିନର କଥା ଓ ଛାତ୍ରଛାତ୍ରୀଙ୍କ ସ୍ନେହ ଶ୍ରଦ୍ଧା ବିଷୟରେ ସ୍ମୃତି ଚାରଣ କରି ଛାତ୍ରଛାତ୍ରୀଙ୍କ ସେବାରେ ନିଜକୁ ସମର୍ପଣ କରିବା ଏକ ଆଦର୍ଶ ଶିକ୍ଷକର ଗୁଣ ବୋଲି କହିଥିଲେ । ରାମପୁର ସି. ଆର୍‌. ସି. ସି ଡାକ୍ତର ପତି, ସମଲେଇଚୁଆଁ ସି. ଆର୍‌. ସି. ସି. ସୁରେଶ ପୂଜାରୀ, ଡୁଙ୍ଗୁରିପାଲି ସି. ଆର୍‌. ସି. ସି ଥବିର ଦୋରା, ବାଙ୍କୀପାଲି ସି. ଆର୍‌. ସି. ସି. ହାରାଧନ ବେରିଆ, ଗଜବନ୍ଧୁ ସି. ଆର୍‌. ସି. ସି ନରେନ୍ଦ୍ର ପୁରୋହିତ, ଚିନାଜୁରୀ ସି. ଆର୍‌. ସି. ସି ରମେଶ ଭୋଇ, ଇଚ୍ଛାପୁର ସି. ଆର୍‌. ସି. ସି ସୁଧାଂସୁ ସାହୁ, ଶିକ୍ଷକ ଶ୍ୟାମସୁନ୍ଦର ପଧାନ, ରାମଗୋପାଳ ଭୋଇ, ହେମସାଗର ବାଗ, ଶତ୍ରୁଘ୍ନ ମେହେର, ବିନୋଦ ବେହେରା, ରମାକାନ୍ତ ବିଶ୍ୱାଳ ଚୈତନ୍ୟ ବାରିକ, ସଂଜୀବ ପୂଜାରୀ, ବିଭୀଷଣ ଖମାରୀ, ଗଙ୍ଗାପ୍ରସାଦ ପାଣ୍ଡିଆ, ଗୋବିନ୍ଦ ମାଝୀ, ଅରୁଣ ଥପା, ପ୍ରମୋଦ ବାରିକ, ଶିକ୍ଷୟିତ୍ରୀ କୁମୋଦିନୀ ମିର୍ଧା, ଗୀତାଞ୍ଜଳି ପୋଥାଳ, ମାଳତୀ ଭୁଏ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ରଶ୍ମିତା ପଧାନ, ତପସ୍ୱିନୀ ଦାସ, ଶିକ୍ଷକ ସୌରଭ ସାହୁ, ପୁରାତନ ଛାତ୍ରଛାତ୍ରୀ, ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ । ପୁରାତନ ଛାତ୍ରଛାତ୍ରୀ ମାନେ ପରିବେଶ ସଚେତନତାର ବାର୍ତା ଦେଇ ନିଜ ପ୍ରିୟତମ ଗୁରୁଙ୍କୁ ଏକ ଆମ୍ବ ଗଛର ଚାରା ଓ ସୁସ୍ଥସବଳ ରହିବା ପାଇଁ ଏକ ସାଇକେଲ୍‌ ଉପହାର ଦେଇଥିଲେ । ଏହି ଅବସରରେ ଏକ ଜଳ ଛତ୍ର ଓ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଗ୍ରାମବାସୀଙ୍କ ଘର ଦୁଆର ଆଗରେ ଝୋଟି ସହ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଥିଲା । ସନ୍ଧ୍ୟାରେ ସାହାଜବାହାଲରୁ ବଡ଼କର୍ଲ୍ଲେକୁ ବିରାଟ ପଟୁଆର ସହ ମା’ ଭଉଣୀଙ୍କ ହୁଳହୁଳି ସହ ଜନସାଧାରଣଙ୍କ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଗ୍ରାମ୍ୟ ଶୋଭାଯାତ୍ରାରେ ଯାଇ ରଥରେ ବସାଇ ବିଦାୟୀ ଶିକ୍ଷକଙ୍କୁ ଘରେ ଛାଡି ଆସିଥିଲେ । ଆବାଳବୃଦ୍ଧ ବନିତାଙ୍କ ଆଖିରେ ଅଶ୍ରୁ ଆସିଯାଇଥିଲା । ବିଦାୟୀ ଶିକ୍ଷକଙ୍କ ସ୍ନେହ ଶ୍ରଦ୍ଧା ଓ ଶିକ୍ଷକତାକୁ ମନେପକାଇ ଗ୍ରାମବାସୀ ବାହୁନି ବାହୁନି କାନ୍ଦିଥିଲେ ।

Leave A Reply

Your email address will not be published.

error: Content is protected !!