ଗ୍ରାମବାସୀ ମାନଙ୍କୁ ନେଇ ଭୂମି ସୁପୋଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତା ୧୩.୦୪.୨୦୨୧ ବର୍ଷ ପ୍ରତିପଦା ନବ ବର୍ଷ ଦିନ ବଲାଙ୍ଗିର ନିକଟସ୍ଥ କାଲସାଏ ପାଲି ଗ୍ରାମରେ ଭୂମି ସୁପୋଷଣ କାର୍ୟ୍ୟକ୍ରମ ଗ୍ରାମବାସୀ ମାନଙ୍କୁ ନେଇ ଅନୁଷ୍ଠିତ ହେଇଯାଇଛି । ଚାଷୀ ଭାଈ ମାନେ ନିଜ ନିଜ ଜମିରୁ ମାଟି ଆଣି ଗ୍ରାମର ପୀଠରେ ଏକତ୍ରୀତ କରି କଳସ ପ୍ରତିଷ୍ଠା ପୂର୍ବକ ଦୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଧିବଦ୍ଧ ପୂଜା ସହ ଗୋମାତାର ମଧ୍ୟ ପୂଜା କରାଯାଇଥିଲା । ଆଜି ସମୟ ଆସିଛି ଭୂମିର ସୁରକ୍ଷା ସ‌ମ୍ବର୍ଦ୍ଧନର ଦାୟି‌ତ୍ୱ ଆମକୁ ନେବାର ଅଛି ଏଣୁ ଅଧିକ ସଂଖ୍ୟକ ବୃକ୍ଷ ରୋପଣ କରିବା ସହ ପଲିଥିନ ବର୍ଜନ ରାସାୟନିକ ସାରର ବହିଷ୍କାର କରି ଜୈବିକ କୃଷିକୁ ଆପଣାଇ ଏ ମାଟି ମାଆ ପ୍ରତି ଥିବା ଆମର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ଏଭଳି ମତାମତ ବକ୍ତା ଜନ୍ମେଜୟ ପାଣିଗ୍ରାହୀ ଉପସ୍ଥାପନ କରିଥିଲେ । ଶେଷରେ ୩ ମିନିଟ୍ ଧରି ଘଣ୍ଟ ଶଙ୍ଖ ବାଦନ ହେଲା ପରେ ଉପସ୍ଥିତ ସମସ୍ତ ଜନସାଧାରଣ ଭୂମିର ସୁରକ୍ଷା ସ‌ମ୍ବର୍ଦ୍ଧନ ପାଇଁ ସଙ୍କଳ୍ପ ନେଇଥିଲେ । ତାପରେ ପ୍ରସାଦ ସେବନ ପୂର୍ବକ କାର୍ୟ୍ୟକ୍ରମର ସମାପନ ହେଇଥିଲା । ଏହି କାର୍ୟ୍ୟକ୍ରମରେ ସୁଶାନ୍ତ ନାୟକ, ଯତୀନ୍ଦ୍ର ପାଠୀ, କଳିଷ୍ଠ ପଧାନ, ପ୍ରଣବ ନାୟକ, ଜ୍ୟୋତିରଞ୍ଜନ ମିଶ୍ର, ସୁଶାନ୍ତ ପାଣିଗ୍ରାହୀ, ବିପିନ ମିଶ୍ର, ଅଶୋକ ସାହୁ, ସନାତନ ପୋଡ, ଜଗଦୀଶ ବିଭାର ପ୍ରମୁଖ ଉପ‌ସ୍ଥିତ ଥିଲେ ।

Leave A Reply

Your email address will not be published.