oum

ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ କେବେ ?

jsm

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାଉତମୁଣ୍ଡା ଗ୍ରାମରେ ଗରିବ ଶ୍ରେଣୀର ବହୁ ପରିବାର ରହିଥାନ୍ତି । ତେବେ ଏହି ଗ୍ରାମର ଅନେକ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନେ ଭତ୍ତା ପାଇ ପାରି ନଥିବା ସୂଚନାରେ କୁହାଯାଇଛି । ଗୌରାଙ୍ଗ ସାହୁ(୬୧), ଦୀର୍ଯୁ ରଏତି(୬୦), ସୁକାନ୍ତୀ ଧରୁଆ(୬୧), କୋକିଳ ସାହୁ(୬୩), ସହଦେବ ନାଏକ(୬୧) ଓ ଅବିବାହିତା ମଦନାବତୀ(୫୨) ତଥା ଆହୁରି କେତେଜଣ ଅନେକ ଥର ଯାଇ ସରପଞ୍ଚଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ହାରି ଗୁହାରୀ କରିଥିଲେ ସୁଦ୍ଧା ସେମାନେ ସରକାରଙ୍କ ଏହି ଯୋଜନାରେ ସାମିଲ୍‌ ହୋଇ ପାରିନାହାନ୍ତି । ତେବେ ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଏମାନଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.