pr

ଭାଲୁମୁଣ୍ଡାରେ ୪୨ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ : ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

dr. purohit

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ ଥିବା ରାଇଜିଙ୍ଗ ଷ୍ଟାର ୟଙ୍ଗମାସ କ୍ଲବ ପକ୍ଷରୁ ୪୨ତମ କୁମାର ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଦେବାଦେବୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ମଞ୍ଚ ଆରମ୍ଭ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବରେ କୁମାର ଲୋକ ମହୋତ୍ସବ କମିଟୀର ସଭାପତି ପ୍ରଦୀପ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ପଞ୍ଚାୟତର ସରପଂଚ ରଞ୍ଜିତା ମେହେର, ଯୁବ ସମାଜସେବୀ ବସନ୍ତ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କିପରି ଭାବେ ସମାଧାନ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କଳା ଓ କଳାକାରର ମିଳନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭାକୁ ଅଭୟ ବାଗ ସଂଯୋଜନା କରିଥିଲେ । ଚଳିତ ବର୍ଷ ରଥ ଉପରେ ବସି ମରାସୁର ମହାରାଜ ରଙ୍ଗମଂଚକୁ ପାତ୍ର, ମନ୍ତ୍ରୀ ସନ୍ୟସାମନ୍ତଙ୍କ ସହ ପହଞ୍ଚିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ସ୍ୱର୍ଗକୁ ଆକ୍ରମଣ କରି ଇନ୍ଦ୍ରଦେବଙ୍କ ଗାଦିଚ୍ୟୁତ, ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ଏହି କୁମାର ଲୋକ ଉତ୍ସବକୁ ଉତ୍ସାହର ସହ ଅଞ୍ଚଳବାସୀ ଅପେକ୍ଷା କରି ଚାହିଁ ରହିଥାନ୍ତି । ଏହି ରଙ୍ଗମଂଚରେ ସରସ୍ୱତୀ ଶିଶୁ ମନ୍ଦିର ଭାଲୁମୁଣ୍ଡା ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମହୋତ୍ସବ କମିଟିର ସଂପାଦକ ତୁଲାରାମ ମେହେରଙ୍କ ସହ ରାଇଜିଙ୍ଗ ଷ୍ଟାର ୟଙ୍ଗମାସ କ୍ଲବର ସଭାପତି ରଘୁନାଥ ମେହେର, ଡ଼ମ୍ବରୁଧର ମେହେର, ଘନ ମେହେର, ନଲିନି ମେହେର ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିିଥିଲେ । ହଜାର ହଜାର ଦର୍ଶକମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ମିନାବଜାର, ଅପେରା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଛି ।

nrusinghnath
Leave A Reply

Your email address will not be published.