ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପଞ୍ଜାବ କପୁରତାଲା ୨୪୫ ବାଟାଲିୟନରେ କାର୍ଯ୍ୟରତ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଦୟାନିଧି ତନ୍ତୀ ସହ ଏକ ଅନୌପଚାରିକ ଭାବ ବିନିମୟ କାର୍ଯ୍ୟକ୍ରମ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡାଣ୍ଟ ଶ୍ରୀ ତନ୍ତୀ ଏହି ଅବସରରେ ସାମ୍ବାଦିକଙ୍କୁ ଚତୁର୍ଥ ସ୍ତମ୍ଭର ଯଥାର୍ଥ ମାନ୍ୟତା ସଂପର୍କରେ ମତରଖିବା ସହ ଆଗାମୀ ଦିନରେ ଜିଲ୍ଲାର ସହିଦଙ୍କ ପରିବାରକୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ପାଇଁ କହିଥିଲେ । ସେହିପରି ସଚେତନତା ଅଭାବରୁ ଆମ ଜିଲ୍ଲାର ବହୁ ଗରିବ ଶ୍ରେଣୀର ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବା ବେଳେ ସେମାନଙ୍କ ପାଇଁ କିଛି କରିବାକୁ ପଡିବ ବୋଲି ମତ ରଖିଥିଲେ । ଏଥିପାଇଁ ସେ ” ଏକ ସାମ୍ ସହିଦକେ ନାମ୍” ପରି ଏକ କାର୍ଯ୍ୟକ୍ରମ କରି ସେ ସହଯୋଗର ହାତ ବଢାଇବା ସହ ସାମ୍ବାଦିକମାନଙ୍କ ସହଯୋଗ କାମନା କରିଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀ ତନ୍ତୀଙ୍କ ପୈତୃକ ଗ୍ରାମ ସୁନ୍ଦରଗଡ ଜିଲ୍ଲାର ସବଡେଗା ହୋଇଥିବା ବେଳେ ଲାଠିକଟା ଠାରେ ରହୁଛନ୍ତି । ସଂପ୍ରତି ସେ ରାଉରକେଲା ବୁଲି ଆସିଥିବା ବେଳେ ସୌଜନାତ୍ମକ ଦୃଷ୍ଟିରୁ ସାମ୍ବାଦିକଙ୍କୁ ଭେଟିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସେଫିର ପ୍ରାକ୍ତନ ସଂପାଦକ ସମାଜସେବୀ ବିମଳ ବିଶି, ସମାଜସେବୀ ଶଙ୍କର ଜେନା ଓ ନାଗ୍ରା ତନ୍ତୀ ସମାଜର ପ୍ରାକ୍ତନ ସଂପାଦକ ସଂକୀର୍ତ୍ତନ ଜୟପୁରିଆ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.