ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : କିଛି ଦିନ ଆଗରୁ ଶିକ୍ଷା ବିଭାଗ ତରଫରୁ ମୋ ସ୍କୁଲ ଅଭିଯାନ ଆରମ୍ଭ କରାଯାଇଥିଲା । ସ୍କୁଲମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରି ବହୁ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରି ସାରିଛନ୍ତି । ଏହି କ୍ରମରେ ଆଜି ପୁଇଁନ୍ତଲା ବ୍ଲକ ବେଲବାହାଲିର ଉଚ୍ଚ ପ୍ରାଥମିକ ସ୍କୁଲକୁ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ସୃତିରେ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ଯୁବ ସମାଜସେବୀ ସୋମନାଥ ମିଶ୍ର । ଆଜି ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ବାଗଙ୍କୁ ସାକ୍ଷାତ କରି ଆବେଦନ କରିବା ପରେ ତାଙ୍କୁ ଏହି ସ୍କୁଲକୁ ପୋଷ୍ୟ ଭାବରେ ମିଳିଛି । ଆଗାମୀ ଦିନରେ ଏହି ସ୍କୁଲର ଭିତ୍ତିଭୂମିର ବିକାଶ, ଶିକ୍ଷାଦାନର ମାନ ବୁଦ୍ଧି ଓ ଆଦର୍ଶ ଶୈକ୍ଷିକ ପରିବେଶ ତଥା ସମଗ୍ର ଉନ୍ନତି ପାଇଁ ପ୍ରଚେଷ୍ଟିତ ରହିବି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
Next Post