centurian jitm

ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ : ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର : ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ ସମସ୍ତ RDC ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ। ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ । ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଚିଠି କରଯାଇଛି । ସେହିପରି ରାଜ୍ୟର ସମସ୍ତ IPSଙ୍କ ଛୁଟି ବାତିଲ କଲେ ସରକାର । ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ । ଛୁଟିରେ ଥିଲେ ତୁରନ୍ତ ହେଡକ୍ଵାଟରକୁ ଫେରିବେ । ଏପରିକି ଟ୍ରେନିଂରେ ଥିଲେ ଯୋଗ ଦେବାକୁ ବାଧ୍ୟ । ଓଡ଼ିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଅଫିସରଙ୍କୁ ଛୁଟି ଦିଆଯିବ ନାହିଁ ।

Leave A Reply

Your email address will not be published.