oom

ସାମ୍ବାଦିକ ଓ ଖବରକାଗଜ ବିତରକ ସଂଘ ପକ୍ଷରୁ ପତୋରା ଡ୍ୟାମରେ ବାର୍ଷିକ ବୈଠକ

jsmm

ଦେଓଗାଁ,(ମନୀଷ କୁମାର ସାହୁ): ଦେଓଗାଁ ବ୍ଲକର ସାମ୍ବାଦିକ ଓ ଖବରକାଗଜ ବିତରକ ସଂଘର ବାର୍ଷିକ ବୈଠକ ନୁଆଁପଡା ଜିଲ୍ଲା ପତୋରା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବରିଷ୍ଠ ସାମ୍ବାଦିକ କିଶୋର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାମ୍ବାଦିକ ରାମଚନ୍ଦ୍ର ଶତପଥି ସଂଯୋଜନା କରିଥିଲେ। ସାମ୍ବାଦିକ କୃଷ୍ଣ ପ୍ରାସାଦ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରି ଦେଓଗାଁ ବ୍ଳକର ଉନ୍ନତି ମୂଳକ କାମରେ ସହଯୋଗ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ସାମ୍ବାଦିକ ଶରତ ପୁଟେଲ ଧନ୍ୟବାଦ ଅର୍ପଣ ଦେଇଥିଲେ। ଆଜିର ଏହି ବୈଠକରେ ବୁଦ୍ଧଦେବ ପରୁଆ, ଶେଷଦେବ ମେର୍ଲ୍ଲୀ, ମନୀଷ ସାହୁ, ଗୋପାଳ ସିଂ ନାୟକ, ଗୋପାଳ ନାଏକ, ଜଳନ୍ଧର ପଧାନ, ପର୍ଶୁରାମ ପଧାନ, ଅଭୟ ଖମାରୀ, ରିତେଶ ରଣା, ଆକାଶ ସିକା ଉପସ୍ଥିତ ରହି ସହଯୋଗ କରିଥିଲେ।

jittmm
Leave A Reply

Your email address will not be published.