oom

ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ସେଣ୍ଟ୍ରାଲ ତରଫରୁ ରକ୍ତଦାନ ଶିବିର ତଥା ସରବତ ବଣ୍ଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୁଲାଇ ୧ ତାରିଖରୁ ନୂତନ ରୋଟାରୀ ବର୍ଷ ଆରମ୍ଭ ହେଉଥିବାରୁ ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ସେଣ୍ଟ୍ରାଲର ସଭାପତି ହରିବନ୍ଧୁ ନାୟକଙ୍କ ନେତୃତ୍ୱରେ ରଥଯାତ୍ରା ଅବସରରେ ସର୍ବ ସାଧାରଣଙ୍କ ପାଇଁ ପାନୀୟ ଜଳ ଏବଂ ସରବତ ବଣ୍ଟନ କରାଯାଇଥିଲା । ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲର ରକ୍ତ ଭଣ୍ଡାରଠାରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କ୍ଲବର ପ୍ରତିଷ୍ଠାତା ତଥା ବିଜେଡି ନେତା ବିଷ୍ଣୁ ପ୍ରସାଦ କେଡିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ପ୍ରତିଷ୍ଠାତା ସଭାପତି ରାଜ କୁମାର ଅଗ୍ରୱାଲ ତଥା ତାଙ୍କର ଭାଇ ଭଜନ ଅଗ୍ରୱାଲ ସର୍ବ ପ୍ରଥମେ ଦୁଇ ଭାଇ ରକ୍ତଦାନ ଆରମ୍ଭ କରିଥିଲେ । କ୍ଲବର ଅନ୍ୟାନ୍ୟ ରୋଟାରିଆନ ମଧ୍ୟରେ କ୍ଲବ ସଂପାଦକ ଲକ୍ଷ୍ମଣ ଅଗ୍ରୱାଲ, କୋଷାଧ୍ୟକ୍ଷ ଅନନ୍ତ ଚୌଧୁରି, ସଂଜୟ ଅଗ୍ରୱାଲ, ରାଜେଶ ଅଗ୍ରୱା, ଦିନେଶ ଅଗ୍ରୱାଲ, ଇଂ. ସତ୍ୟନାରାୟଣ ଅଗ୍ରୱାଲ, ନିର୍ମଳ ଅଗ୍ରୱାଲ, ଶୈଳେଶ ଜୌନ, ହରେକୃଷ୍ଣ ସାଏ, ମନୋଜ ଜୈନ, ମନୋଜ ଅଗ୍ରୱାଲ ଇତ୍ୟାଦି ସଭ୍ୟ ସକ୍ରିୟ ଭାବେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.