କନ୍ଧମାଳ ଟିମ୍ ହ୍ୟୁମାନିଟି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଟିମ୍ ହ୍ୟୁମାନିଟି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତୁଡିପାଜୁଠାରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିମ୍‌ର ଜିଲ୍ଲାସ୍ତରର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ଏହି ବୈଠକରେ ଟିମ୍‌ର ବିଗତ ଦିନର କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ କିଭଳି ଅଧିକ ଉନ୍ନତତର କାର୍ଯ୍ୟକ୍ରମ କରି ସମାଜ ସେବା କ୍ଷେତ୍ରରେ ଏକ ଭିନ୍ନ ଧରଣର ପଦକ୍ଷେପ ନେବା ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି । ଆଗକୁ ଟିମ୍ ଯେମିତି ବିଭିନ୍ନ ଦିଗରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଭଲ ମନ୍ଦରେ ସାଥୀ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । ଉକ୍ତ ସ୍ଥାନଟି ବଣଭୋଜି ନିମନ୍ତେ ଉଦ୍ଧିଷ୍ଟ ଥିବା ହେତୁ ଟିମ୍‌ର କାର୍ଯ୍ୟକ୍ରମ ଶେଷ ହେବା ପରେ ଉକ୍ତ ସ୍ଥାନର ଚତୁଃପାର୍ଶ୍ଵରେ ହୋଇଥବା ଭୋଜିର ଆବର୍ଜ୍ଜନା ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ସମସ୍ତ ସଦସ୍ୟ ସଦସ୍ୟା ପାଖା ପାଖି ପରିବେଶର ଆବର୍ଜ୍ଜନା ସଫା କରିବା ଦିଗରେ ନିୟୋଜିତ ହୋଇଥିଲେ । ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ପରିଚାଳନା ହୋଇଥିଲା ।

Leave A Reply

Your email address will not be published.