p purohi

ପଦ୍ମପୁରର ଆରବି ହାଇସ୍କୁଲ ୧୯୬୩ ବେଚର ବନ୍ଧୁ ମିଳନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟର ୧୯୬୩ ମେଟ୍ରିକ ବେଚର ଛାତ୍ରମାନଙ୍କ ବନ୍ଧୁ ମିଳନ ପୂର୍ବ ବର୍ଷ ମାନଙ୍କ ଭଳି ବାଦିମାଳ ସ୍ଥିତ ରଜାକ୍ ଭାଇଙ୍କ ଆମନ୍ତ୍ରଣରେ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରମାନଙ୍କ ଗୁରୁ ରାମ ନାରାୟଣ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ, ଆରବି ହାଇସ୍କୁଲର ପ୍ଲାଟିନମ ଜୁବିଲିର ଉପସଭାପତି ମନୋରଞ୍ଜନ ସିଂ ବରିହା ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ୧୭ ଜଣ ପୁରାତନ ଛାତ୍ର ମାନଙ୍କ ମଧ୍ୟରୁ ଡା ରବି ନାରାୟଣ ତ୍ରିପାଠୀ, ଡା ସବିତା ଚରଣ ମେହେର, ଅବଦୁଲ ରଜାକ, ଅ‌ଶ୍ୱିନୀ କୁମାର ମହାନ୍ତି, ବିନୋଦ ବିହାରୀ ସାହୁ, ଲକ୍ଷ୍ମଣ ପ୍ରଧାନ, ମାଗୁଣି ଚରଣ ବାରିକ, କାଳିଆ ମେହେର, ଜିତେନ୍ଦ୍ରୀୟ ମୋଦୀ, ଚନ୍ଦୁଭାନୁ ପ୍ରଧାନ, ଡାକ୍ଟର ମାନଭଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ ସହ ମୁଖ୍ରତଃ ପ୍ଲାଟିନମ ଜୁବିଲି ସଂପର୍କରେ ଆଲୋଚିତ ହୋଇ ପ୍ରତ୍ୟେକ ଚାରି ହଜାର ଟଙ୍କା ଲେଖାଁଏ ରାଶି ସହଯୋଗ କରିବାକୁ ପୁନର୍ବାର ନିଷ୍ପତ୍ତି ନେଇଥିବା ଆବାହକ ଡା ପ୍ରଧାନଙ୍କ ଠାରୁ ପ୍ରକାଶ ।

nrusinghnath
Leave A Reply

Your email address will not be published.