ବିଙ୍ଗ୍ ଷ୍ଟ୍ରଙ୍ଗ୍ ଫିଟ୍ନେସ୍ କ୍ଲବକୁ ପୂରିଲା ୩ ବର୍ଷ
ବଲାଙ୍ଗିର : ମିଶନ୍ ଫିଟ୍ ବଲାଙ୍ଗିରର ସ୍ଵପ୍ନ ନେଇ ଆରମ୍ଭ ହୋଇଥିବା ବିଙ୍ଗ୍ ଷ୍ଟ୍ରଙ୍ଗ୍ ଫିଟ୍ନେସ୍ କ୍ଲବକୁ ପୂରିଲା ୩ ବର୍ଷ । ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ଫିଟ୍ନେସ୍ କ୍ଲବ ବିଙ୍ଗ୍ ଷ୍ଟ୍ରଙ୍ଗ୍ ଫିଟ୍ନେସ୍ କ୍ଲବ ଏବେ ୩ ବର୍ଷରେ ପାଦ ଦେଇଛି । ଏହି ଅତ୍ୟାଧୁନିକ ଜିମ୍ ହାଉସ୍କୁ ଖାଲି ବଲାଙ୍ଗିର ସହରର ଲୋକେ ଆସୁ ନାହାନ୍ତି ସାରା ପଶ୍ଚିମ ଓଡ଼ିଶାର ଲୋକେ ଆସୁଛନ୍ତି ଓ ଉପଭୋଗ ମଧ୍ୟ କରୁଛନ୍ତି । ୩ ବର୍ଷ ପୁରିଥିବାରୁ ଏହି ଫିଟ୍ନେସ୍ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।