oum

ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

jsm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ ଗତ ୧୬ ଅଗଷ୍ଟ ମଙ୍ଗଳବାର ଦିନ ବ୍ଲକ ଅଧ୍ୟକ୍ଷାଙ୍କ ଆହ୍ୱାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିପିଇଓ ଗୋବିନ୍ଦ ଭୋଇ ବିଶେଷ କରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ବିଭିନ୍ନ ସ୍ଥାନରେ ପାନୀୟ ଜଳର ସମସ୍ୟା, ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କ ସମସ୍ୟା ଏବଂ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ତଥା ବାର୍ଦ୍ଧକ୍ୟ ଭତ୍ତା, ପରିବାର ମଙ୍ଗଳ ଯୋଜନା, ପିଡିଏଫ୍ ଚାଉଳ, ଆବାସ ଯୋଜନା ଏପରି ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନା କରିଥିଲେ । ତୁରେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବକୁ ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର ମହାକୁଡ଼ ବୈଠକରେ ଉପସ୍ଥାପନା କରିଥିଲେ । ଏହି ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ବ୍ଲକର ବିଭିନ୍ନ ସମସ୍ୟାର ସମୀକ୍ଷା କରିଥିଲେ । ସେହିପରି ତୁରେକେଲା ବ୍ଲକର ୧୯ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବୈଠକରେ ଉପସ୍ଥିତ ହୋଇ ନିଜ ନିଜ ପଞ୍ଚାୟତର ସମସ୍ୟାକୁ ଉପସ୍ଥାପନା କରିଥିଲେ । ତୁରେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ବିଧାୟକ ଶ୍ରୀ ସାଲୁଜା କହିଥିଲେ ଯେ, ଦରକାର୍ ପଡିଲେ ଡାକ୍ତର ସମସ୍ୟାକୁ ବିଧାନ ସଭାରେ ଉପସ୍ଥାପନା କରାଯିବ ବୋଲି କହିଥିଲେ । ଏହି ବୈଠକରେ କଣ୍ଟାବାଞ୍ଜି ତହସିଲଦାର ସମୀର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ୍, ବ୍ଲକ ଅଧ୍ୟକ୍ଷା ପୂଜା ବେହେରା, ଜିଲ୍ଲା ପରିଷଦ କୌଉଷିକ ମେହେର ବିଭିନ୍ନ ବିଭାଗୀୟ ଅଧିକାରୀ ସହ ଅନ୍ୟ ନିର୍ବାଚିତ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ପରିଶେଷରେ ଜିପିଇଓ ଗୋବିନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.