oom

ପୋଲିସ ହାଇସ୍କୁଲରେ ବିଦ୍ୟାଳୟର ରୂପାନ୍ତରିକରଣ ୫ଟି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଧାନ ଶିକ୍ଷୟତ୍ରୀ ଯାଜ୍ଞସିନୀ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ଶିକ୍ଷାକ ବିରାଟ କେଶରୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର ସଭାପତି, ରିଜର୍ଭ ପୋଲିସ ଇନ୍‌ସପେକ୍ଟର ଆତିଶ କୁମାର ସାହୁ, ସରଜେଣ୍ଟ, ପୌରାଧ୍ୟକ୍ଷା ଲିକା ସାହୁ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ରୂପାନ୍ତିକରଣରେ ସେମାନଙ୍କର ସାହାଯ୍ୟ ସହଯୋଗର ପ୍ରତିଶୃତି ଦେଇଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଲ, କୃଷ୍ଣପ୍ରିୟା ପଣ୍ଡା, ଶରତ ନାଗ ଓ ପୂର୍ବତନ ଶିକ୍ଷକ ରାଜେନ୍ଦ୍ର ବନଛୋର, ସ୍ଥାନୀୟ କାଉନସିଲର ଗଙ୍ଗାଧର ଚାନ୍ଦ, ବିଧାୟକଙ୍କ ପ୍ରତିନିଧି ସୁରେନ୍ଦ୍ର କୁମାର ଅଶ୍ୱପାଳ, ପରିଚାଳନା କମିଟିର ଲତା ନାଏକ, ବାସନ୍ତି ସାହୁ, ସାମ୍ବାଦିକ ସୁନିଲ କୁମାର ମହାନ୍ତି ଏବଂ ପୁରାତନ ଛାତ୍ରୀ ମୀରା ଶତପଥି, ପୁରାତନ ଛାତ୍ର ଗୋବିନ୍ଦ ବହିଦାର, ଜୟ କିଶନ ରଣା, କୃଷ୍ଣଚନ୍ଦ୍ର ରଥ, ବିଜୟ ମହାପାତ୍ର, ଡା. ଜୟଦେବ ଦାଶ, ମନୋଜ କୁମାର ହୋତା ଏବଂ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଦ୍ୟାଳୟ ରୂପାନ୍ତିକରଣ ଓ ମୋ ସ୍କୁଲ ଅଭିଯାନ ବିଷୟରେ ସେମାନଙ୍କର ମତାମତ ରଖିଥିଲେ । ଶେଷରେ ଶିକ୍ଷକ ସରୋଜ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.