ଡୁମାଲ ପରିଷଦ ଓଡିଶାର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ସଭାପତି ସଂଜୟ କୁମାର ମହାକୁରଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକାରୀ କମିଟିର ବୈଠକ ଆରଟିଓ ଛକରେ ଥିବା ଭିକାରୀ ଚରଣ କର୍ମୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଗଲା । ତନ୍ମଧ୍ୟରେ ସହରରେ ସର୍ଭେ, ଫୋନ ଡାଇରେକ୍ଟୋରିର ପ୍ରସ୍ତୁତିକରଣ, ଆସନ୍ତା ମାସ ୦୮/୦୫/୨୦୨୨ରେ ହେବାକୁ ଥିବା ସାଧାରଣ ସଭାର ସମୟ ଓ ସ୍ଥାନ ନିରୁପଣ ଓ ବିଭିନ୍ନ ପଡା ପରିଭ୍ରମଣ ପାଇଁ କମିଟି ଗଠନ । ଏହି ବୈଠକରେ ସଂଜୟ କୁମାର ମହାକୁର ସଭାପତି, ସଂପାଦକ ମଲିଆ ଗଡୁଆ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର, ବୃନ୍ଦାବନ ମହାକୁର ଓ ଜୀବନ୍‌ କରଣ ଉପସଭାପତି, ଭିକାରୀ ଚରଣ କର୍ମୀ, ବୁଡୁ କରନ, ଭୋନାଥ ଗୁରାଣ୍ଡି, କାର୍ଯ୍ୟକାରୀ ସଭ୍ୟ ବୃନ୍ଦ ଏବଂ ରାଧେଶ୍ୟାମ୍‌ ଗଡୁଆ ଉପଦେଷ୍ଟା ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ମଲିଆ ଗଡୁଆ ସାଧାରଣ ସଂପାଦକ ସମସ୍ତ ସଭ୍ୟବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.