
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମିଠାପାଲି ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ସାଧାରଣ ସଭା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ମିଠାପାଲି ପଞ୍ଚାୟତ ଅନ୍ତର୍ଗତ ବୁଟ୍ରାଖମାର ଗ୍ରାମଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବରେ ଦେବାର ଛତର, ଗଣେଶ ସୁନା, ଲଲିତ ଜଗତ, ଦୁଃଶାସନ କୁମ୍ଭାର ଓ ଅଲେଖ କୁମ୍ଭାର ଉପସ୍ଥିତ ରହି ନିଜର ସାମାଜ ସଂଗଠନ ପ୍ରତି ମତ ବ୍ୟକ୍ତ ପ୍ରକାଶ କରିଥିଲେ । ଅନେକ ଆଲୋଚନା ଓ ପର୍ୟ୍ୟାଲୋଚନା କରି ସାରିବା ପରେ ମିଠାପାଲି ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ନୂତନ କମିଟୀ ଗଠନ କରିବା ପାଇଁ ନିଷ୍ପତ୍ତି ନେଇ ସର୍ବସମ୍ମତି କ୍ରମେ କମିଟୀ ଗଠନ କରାଗଲା । ସଭାପତି ଭାବେ ଯୁଧିଷ୍ଠିର ଚାନ୍ଦ, ଉପସଭାପତି କୃଷ୍ଣ ଛତର, ସମ୍ପାଦକ ଜୀବର୍ଦ୍ଧନ ଜଗତ, ସହ ସମ୍ପାଦକ ତପନ କୁମ୍ଭାର, କୋଷାଧ୍ୟକ୍ଷ ଅପିନ ଚାନ୍ଦ, ପାଠାଗାର ଅଧିକାରୀ ସୁବାଷ ବିଭାର, ଉପଦେଷ୍ଠା ଭାବେ ବରିଷ୍ଠ ସମାଜସେବୀ କ୍ଷେତ୍ରୀ ଲୁହାର, ଦଶରଥ ଚାନ୍ଦ ଓ ଚପରାଶି ଭାବେ ନାରାୟଣ ବାଗଙ୍କୁ ମନୋନୀତ କରାଗଲା । ମନୋନୀତ ନୂତନ କର୍ମକର୍ତ୍ତା ଙ୍କୁ ନିସ୍ୱାର୍ଥପର ଓ ତ୍ୟାଗ ପୂତ ମନୋଭାବ ରଖି ନିଷ୍ଠାପର ସେବା ଦେବା ପାଇଁ ଉପଦେଷ୍ଠା କ୍ଷେତ୍ରୀ ଲୁହାର ଶପଥ ପାଠ କରାଇଥିଲେ । ସଭାଟିକୁ ବୁଟ୍ରାଖମାର ସମସ୍ତ ସାମାଜ ପ୍ରେମୀ ସହଯୋଗ କରିଥିଲେ । ଶେଷରେ ଆଦି ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।