ହରିଶଙ୍କରରେ ସର୍ବଭାରତୀୟ ବି‍ଂଝାଲ ସମାଜ ପକ୍ଷରୁ ବିନ୍ଧ୍ୟବାସିନୀ ପୀଠରେ ଚୈତ୍ର ବାସନ୍ତୀକ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପଶ୍ଚିମ ଓଡିଶାର ପ୍ରମୁଖ ହରିଶଙ୍କର ତିର୍ଥ ସ୍ଥଳୀ ମା’ ବିନ୍ଧ୍ୟ ବାସନୀ ମନ୍ଦିର ପ୍ରାଙ୍ଗଣରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ଚୈତ୍ର ବାସନ୍ତୀକ ପୂଜା ପାଳନ କରିବା ପାଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ସ୍ବାଲାଖ ବିନ୍ଧ୍ୟ ଗିରୀ ବିଂଝାଲ ସମାଜ ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ର ଶେଖର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ଚୈତ୍ର ମାସରେ ସମାଜର ଇଷ୍ଟ ଦେବୀ ମା’ ବିନ୍ଧ୍ୟ ବାସିନୀ ମନ୍ଦିର ପୀଠରେ ଚୈତ୍ର ବାସନ୍ତୀକ ପୂଜାନୋତ୍ସବ ଆସନ୍ତା ଏପ୍ରିଲ ତା ୧୪ ଗୁରୁବାର ଦିନ କଳସ ଯାତ୍ରା ତା ୧୫ ଶୁକ୍ରବାର ଦିନ ଅଖଣ୍ଡ ଦୀପ ପ୍ରଜ୍ଜଳନ ଓ ତା ୧୬ ଶନିବାର ଦିନ ମହାଭୋଗ ଅର୍ପଣ ଆଦି ତିନି ଦିନ ଧରି ପୂର୍ବ ନୀତି କାନ୍ତି ବିଧି ପୂର୍ବକ ପୂଜାର୍ଚ୍ଚନା ସହ ପାଳନ କରିବା ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷର ଚୈତ୍ର ବାସନ୍ତୀକ ପୂଜାନୋତ୍ସବରେ ବ୍ଲକ ଉପସଭାପତି କେଶବ ବରିହା ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମା ବରିହାଙ୍କୁ ପୂଜାକର୍ତା ଭାବେ ଚୟନ କରାଯାଇଥିଲା । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ସମାଜର ସାମାଜିକ ସଭା, ଅନ୍ୟ କାର୍ଯ୍ୟକ୍ରମ ହୋଇ ପାରିନଥିଲା । ପ୍ରତ୍ୟେକ ଗାଁ ସ୍ତରରୁ ସମାଜର ସମାଜିକ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଚୈତ୍ର ବାସନ୍ତିକ ଯାତ୍ରା ପାଇଁ ଚାନ୍ଦା ସଂଗ୍ରହ ପାଇ ରିଫ୍ଲେଟ ମାଧ୍ୟମରେ ଜିଲ୍ଲା ୧୪ ଗୋଟି ବ୍ଲକର ସଭାପତି, ପ୍ରତ୍ୟେକ ଗାଁର ସଭାପତି, ପଞ୍ଚାୟତ ସଭାପତିଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ନିର୍ମାଣ ଓ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଂଝାଲ ସମାଜର ଜାତୀୟ ସାମାଜିକ ସମସ୍ୟା, ସଂଗଠନ, ସମାଜ ସୁଦୃଢ ମଜବୁତ, ପରଂମ୍ପରା, ସଂସ୍କୃତି, ହକ୍ଅଧିକାର, ଶିକ୍ଷା, ସ୍ଵାସ୍ଥ୍ୟ ନିଶା ନିବାରଣ, ଆଗାମୀ ଦିନର କାର୍ଯ୍ୟପନ୍ଥା ପ୍ରସ୍ତୁତ ପାଇଁ ଏପ୍ରିଲ ୨୬ ତାରିଖ ଦିନ ଦମାଇଁପାଲି ପଞ୍ଚାୟତ କେଛୋବାହାଲ ଗ୍ରାମଠାରେ ଏକ ଜିଲ୍ଲାସ୍ତରୀୟ ବୈଠକ ବସିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଖପ୍ରାଖୋଲ ବ୍ଲକ ଉପସଭାପତି କେଶବ ବରିହା, ନାରୀ ନେତ୍ରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୀତୟା ବାଗ, ଜିଲ୍ଲା ମିଡିଆ ସେଲ ସଂଯୋଜକ ଗୋରେଖ ନାଥ ବରିହା, ପାଣ୍ଡବ ବରିହା, ନାନ୍ଦୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ବ୍ଲକ ସଂପାଦକ ବିମଳ ବରିହା, କୋଷାଧ୍ୟକ୍ଷ ବିପିନ ବରିହା, ବିରଞ୍ଚି ବରିହା, ଚୁମନ ବରିହା, ପୂଜକ ସତ୍ୟନାରାୟଣ ବରିହା, ପିଛାଲୁ ବରିହା, ଜିଲ୍ଲା ଚପରାଶି ମିନୁ କମଳିଆଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ନାନ୍ଦୁପଡା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା ସଭାପରିଚାଳନା କରିଥିବା ବେଳେ ବିପିନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.