ବଡଦିନ ପାଇଁ ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଶାନ୍ତି କମିଟି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ବଡଦିନ ପାଇଁ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସ୍‌ଡିପିଓ ଜିଆର ରାଘବେନ୍ଦ୍ର, ବିଡିଓ ଡ.ଜଗଦିଶ ଷଢଙ୍ଗି, ତହସିଲଦାର ଶସାଙ୍କ ଶେଖର ପାତ୍ର ଓ ଆଇଆଇସି ବାବା ଶଙ୍କର ସରାଫ ପ୍ରମୁଖ ଉପସ୍ଥିତ ଥିଲେ । ବଡଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ଏହାକୁ ନେଇ ସବୁ ଧର୍ମାବଲମ୍ବି ଓ ଅନ୍ୟମାନଙ୍କୁ ନେଇ ବୈଠକ ହୋଇଥିଲା । ବଡଦିନ କିଭଳି ପାଳନ କରାଯିବ ଏହାକୁ ନେଇ ପ୍ରଶାସନ ତରଫରୁ ମତାମତ ଲୋଡିଥିଲେ । କୁୁଇକୁଳ ସମାଜ ତରଫରୁ କୁହାଯାଇଛି ଖଗେଶ୍ୱର ମଳିକଙ୍କ ଶ୍ରାଦ୍ଧ ଦିବସ ଏହାକୁ ଆମେ ସହିଦ ଦିବସ ଭାବେ ପାଳନ କରି ଆସୁଛୁ ତେଣୁ ଆମକୁ ସେଠି ଏହି ଶ୍ରାଦ୍ଧ ଦିବସ ପାଳନ କରିବାକୁ ଅନୁମତି ଦିଆଯାଉ । ଖ୍ରୀଷ୍ଟ ସମାଜ ତରଫରୁ କୁହାଯାଇଛି ଯେ, ବଡଦିନ ଆମ ପାଇଁ ଏକ ବଡ ପର୍ବ ଏହା ଏକ ଭାଇଚାରାର ପର୍ବ ତେଣୁ ଆମେ ସବୁ ସମ୍ପ୍ରଦାୟର ଲୋକେ ମିଳିମିଶି ପାଳନ କରୁଛୁ, ଏଥିନିମନ୍ତେ କୌଣସି ଅସୁବିଧା ନାହିଁ । ଉପଖଣ୍ଡ ପୋଲିସ ପ୍ରସାସନ ତରଫରୁ ସମସ୍ତ ଚର୍ଚ୍ଚ ମାନଙ୍କରେ ପୋଲିସ ଫୋର୍ସ ମୃତୟନ କରାଯିବ ବୋଳି ସୂଚନା ରହିଛି । ଆସନ୍ତା ୨୨ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ହେବ ସେଠି ଆଗାମୀ ବଡଦିନ ପାଇଁ କ’ଣକ’ଣ ନିତି ନିୟମ ରଖାଯିବ ସେହି ବୈଠକର ଆଲୋଚନା ପରେ ଜଣାପଡିବ ଓ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକକୁ ସବୁ ସମ୍ପ୍ରଦାୟର ଦୁଇଦୁଇ ଜଣ ଲେଖାଁଏ ଭାଗ ନେବାକୁ ପ୍ରଶାସନ ତେଫରୁ କୁହାଯାଇଛି । ବଡଦିନକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅଞ୍ଚଳର ସବୁ ଧର୍ମାବଳମ୍ବିର ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.