oom

ଦେବାଳୟ ପବିତ୍ର ପୀଠ ସୁରକ୍ଷା କମିଟି ସମଲେଇ ମନ୍ଦିର ମରାମତି ନେଇ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯାଦବ ଭବନଠାରେ ଦେବାଳୟ ସୁରକ୍ଷା କମିଟି ଆବାହକ ବିକାଶ ସା’ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମଲେଇ ମନ୍ଦିର ପାଶ୍ୱର୍ ଦେବାଦେବୀ ମରାମତି ସମୟରେ ଭାଙ୍ଗି ଯାଇଥିବାରୁ ଏ ବିଷୟରେ ପ୍ରଶାସନ ପଦକ୍ଷେପ ନେବା ପାଇଁ ଦାବୀ ହୋଇଥିଲା । କେଉଁ କେଉଁ ବିଭାଗରୁ କେତେ ଅର୍ଥ ଆସିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରଶାସନ କି କି ପଦକ୍ଷେପ ନେଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଟିଣ ଛାଉଣି ମରାମତିରେ ସୀମିତ ରହିଯାଇଛି ସମଲେଇ ମନ୍ଦିର । ଏ ବିଷୟରେ ଲୋଇସିଂହା ବିଧାୟକ ବିଧାନସଭା ପ୍ରଶ୍ନରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ପ୍ରଶ୍ନଉତ୍ତରରେ ବଲାଙ୍ଗିର ଜିଲ୍ଲା ଅଧିଷ୍ଠିତ ଦେବୀଙ୍କ ପରିଚାଳନା ଦାୟିତ୍ୱ ବଲାଙ୍ଗିର ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୋତ୍ତରଠାରେ ନ୍ୟସ୍ତ । ନିକଟ ଅତୀତରେ ମନ୍ଦିରର ମୁଖଶାଳାର ଛାତଟି ତା.୨୨/୧୦/୨୦୨୧ ରିଖ ଅପରାହ୍ନ ସମୟରେ ଭାଙ୍ଗି ଯିବାର ତଥ୍ୟ ଅନୁଷ୍ଠାନର ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗର ଦୃଷ୍ଟିଗୋଚର କରିଥିଲେ । ଉକ୍ତ ମନ୍ଦିର ମରାମତି ନିମନ୍ତେ ବଲାଙ୍ଗିର ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତାବିତ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରାଶିକୁ ଦେବୋତ୍ତର ଆୟୁକ୍ତ ଦ୍ୱାରା ମଞ୍ଜୁର କରାଯାଇଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ବେଳେ ଉପଜିଲ୍ଲାପାଳଙ୍କ ସହ କମିଟି ସାକ୍ଷାତ କଲା ବେଳେ ପ୍ରଶାସନ ପାଖରେ ଏ ଯାଏଁ କିଛି ଖବର ନ ଥିବାରୁ ସଭା କ୍ଷୋଭ ପ୍ରକାଶ କରାଯାଇଥିଲା । ଆସନ୍ତା ତା.୧୩/୧୨/୨୦୨୧ ସୋମବାର ଦିନ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହେବେ ବୋଲି ୧୬ ଜଣିଆ କମିଟିରେ ନିଷ୍ପତ୍ତି ନେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ କାହ୍ନା ଶତପଥୀ ପରିଚାଳନା କରିଥିଲେ ଏବଂ ଏଥିରେ ବିଭିନ୍ନ କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.