ଛକରେ ରହିଛି ଗାତ : ଯାତାୟାତ ବାଧାପ୍ରା‌ପ୍ତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ଚାରିଛକରେ ରହିଛି ଗାତ । ଏହି ଗ୍ରାମରେ ପ୍ରସିଦ୍ଧ ଶୈବପୀଠ ଧବଲେ‌ଶ୍ୱର ବାବାଙ୍କ ମନ୍ଦିର ଥିବାରୁ ପ୍ରତିଦିନ ଶହ ଶହ ଭକ୍ତ ବାବାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ହେଲେ ବଲାଙ୍ଗିର ପଟରୁ ଚାରିଛକକୁ ଛୁଇଁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଦୁଇ ପଟରେ ବଡବଡ ଗାତରେ ପାଣି ଭର୍ତ୍ତି ରହିଥିବା ବେଳେ ମାତ୍ର ତିନିଫୁଟ ଅଣ ଓସାରିଆ ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି । ବେଳେ ବେଳେ ଏହି ଗାତରେ ଲୋକେ ଖସି ପଡୁଥିବାର ନଜିର୍‌ ରହିଛି । ଆଗକୁ ଏହି ରାସ୍ତାର ଗାତକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀଙ୍କ ଅନୁରୋଧ ।

Leave A Reply

Your email address will not be published.