କୋଭିଡ-୧୯ ଗାଇଡ଼୍‌ ଲାଇନ୍‌ ଅନୁସାରେ ରାଜ୍ୟରେ ପାଳନ ହେଉଛି ବଡ଼ଦିନ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : କୋଭିଡ-୧୯ ଗାଇଡ଼୍‌ ଲାଇନ୍‌ ଅନୁସାରେ ରାଜ୍ୟରେ ବଡ଼ଦିନ ପାଳନ ହେଉଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ଗୀର୍ଜାରେ ଶ୍ରଦ୍ଧାଳୁ ତଥା ଖ୍ରୀଷ୍ଟ ଭାଇଭଉଣୀମାନେ ପ୍ରାର୍ଥନାରେ ଯୋଗା ଦେଇଛ‌ନ୍ତି କରୋନା କଟକଣାକୁ ଆଖିରେ ରଖି । ଦୀର୍ଘ ମାସ ପରେ ଗୀର୍ଜାଗୁଡ଼ିକ ଆଜି ଖୋଲାଯାଇଥିବା ବେଳେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆନ‌ନ୍ଦିତ ଅଛନ୍ତି । ଜିଲ୍ଲା ପ୍ରଶାସନର ଅନୁମତି ନେଇ ଭୁବନେଶ୍ବର, କଟକ, ସୁ‌ନ୍ଦରଗଡ଼, କୋରାପୁଟ, କ‌ନ୍ଧମାଳ, ବଲା‌ଙ୍ଗିର ସମେତ ଓଡ଼ିଶାର ବିଭିନ୍ନ ଗୀର୍ଜାରେ ବଡ଼ଦିନ ପାଳନ ହେଉଛି ।

ଓଡ଼ିଶାର ବିଭି‌ନ୍ନ ‌ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରାର୍ଥନାରେ ଯୋଗା ଦେଇ ବି‌ଶ୍ୱର ସୁରକ୍ଷା ପାଇଁ ପ୍ରାର୍ଥନା କରିଛ‌ନ୍ତି । କରୋନା ଭଳି ମହାମାରୀରୁ ଜଗତ ରକ୍ଷା ପାଉ ଏବଂ ମାନବ ସମାଜରେ ପ୍ରେମ ବଳବ‌ତ୍ତର ରହୁ ବୋଲି ସେମାନେ କାମନା କରିଛ‌ନ୍ତି ।

Leave A Reply

Your email address will not be published.