ppurohit

ବ୍ଳକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା ଓ ପୁରୁଷ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଛନ୍ତି ଫପସି ଗ୍ରାମବାସୀ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଘର ଯୋଜନାରେ ସାମିଲ କରୁଥିବା ନେଇ ବାଃହା ବାଃହା ମାରୁଛନ୍ତି କିନ୍ତୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗଣ୍ଡପତ୍ରାପାଲି ପଞ୍ଚାୟତ ସ୍ଥିତ ଫପସି( ଭନ୍ଦ୍ରା )ର ଶତାଧିକ ମହିଳା ଓ ପୁରୁଷ ମାନେ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ କାର୍ଯ୍ୟାଳୟ ପରିସରରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ଅନ୍ୟପଟେ ସ୍ୱାଧୀନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ବିକାଶ ସାତ ସ୍ୱପ୍ନ ପାଲଟିଛି । ଅନେକ ଥର ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ରନ୍ତ ଅଭିଯୋଗ କରିଥିଲେ ଗ୍ରାମବାସୀ ଶେଷରେ ଆଜି ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ ଲୋକେ । ବ୍ଳକ ପ୍ରଶାସନର ବୁଝାସୁଝା ପରେ ଲୋକେ ଘରକୁ ନିରାଶ ହୋଇ ଫେରିଛନ୍ତି । ଏଥିରେ ଗ୍ରାମର ଶତାଧିକ ଲୋକେ ସାମିଲ ହୋଇଥିଲେ ।

Leave A Reply

Your email address will not be published.