om academy

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ : ୧ ମୃତ

jsm

ସୋର : ସୋର କମାଣପୁର ଦାଣ୍ଡକାଳୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ପାଖର ପଞ୍ଚାୟତ କଳମଗାଁ ଗାଁର ଭଗବାନ ପାଣିଗ୍ରାହୀ ନିଜ ଅଟୋ ନେଇ ସୋର ଆସୁଥିଲେ । ଏହି ସମୟରେ ସେହି ଗାଁର ହରିହର ଜେନା ତାଙ୍କ ଅଟୋରେ ବସି ସୋର ଆସୁଥିଲେ । ଦାଣ୍ଡକାଳୀ ମନ୍ଦିର ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡି ଥିବା ଯାତ୍ରୀ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟଜଣେ ଆହତ ହରିହରିଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.