ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପୁଇଁନ୍ତଲା ବ୍ଲକର ଛାତ୍ରଛାତ୍ରୀ ଯୋଗ ଦେଲେନାହିଁ : ବିଚାରକଙ୍କ ମଧ୍ୟରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଗତକାଲି ଅନୁଷ୍ଠିତ ହୋଇଥିବା ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପୁଇଁନ୍ତଲା ବ୍ଲକର କୌଣସି ଛାତ୍ରଛାତ୍ରୀ ଯୋଗଦାନ କରି ନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳ ଏବଂ ଏନ୍‌ଏସି ଅଂଚଳର ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସାହିତ୍ୟ ସଂପର୍କିତ ବକ୍ତୃତା, ଦେଶାତ୍ମବୋଧକ କବିତା ଆବୃତ୍ତି ତଥା ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଯୋଗଦାନ କରିଥିବା ବେଳେ ପୁଇଁନ୍ତଲା ବ୍ଲକର କୌଣସି ଛାତ୍ରଛାତ୍ରୀ ଏଥିରେ ଯୋଗଦାନ କରି ନଥିଲେ । ଏ ବିଷୟରେ ବିଚାରକମାନେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରତିଯୋଗିତା ସଂପର୍କରେ ଉଚିତ ସମୟରେ ସୂଚନା ପ୍ରଦାନ କରାଯାଇଥିଲା । କିନ୍ତୁ କାହିଁକି ପୁଇଁନ୍ତଲା ବ୍ଲକ୍‌ର ଛାତ୍ରଛାତ୍ରୀମାନେ ଯୋଗଦାନ କଲେ ନାହିଁ, ତାହା ମୁଁ କହି ପାରିବିନାହିଁ । ତେବେ ପୁଇଁନ୍ତଲା ବ୍ଲକର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରୁ ବଂଚିତ ହୋଇଥିବା ନେଇ ବିଚାରକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Leave A Reply

Your email address will not be published.