oom

ସ୍ୱଚ୍ଛ ପ୍ରାର୍ଥୀଙ୍କୁ ନେଇ ବରଗଡ଼ ପୋୖର ନିର୍ବାଚନରେ ଲଢ଼ିବ ଆପ୍

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଗକୁ ପୋୖର ଓ ପଂଚୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟିର ଏକ ଜିଲ୍ଳା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ପୋୖର ନିର୍ବାଚନରେ ସ୍ୱଚ୍ଛ ଛବିର ପ୍ରାର୍ଥୀଙ୍କୁ ପାର୍ଟି ଟିକଟ୍‌ ଦେବାକୁ ନିଷ୍ପତି ନେଇଛି । ବରଗଡ଼ର ମୁଖ୍ୟ ସମସ୍ୟା ଯଥା ହସ୍ପିଟାଲ, ହୋଲଡିଂ ଟ୍ୟାକ୍ସ, ବନ୍ଧ କଟା ପୁନରୁଦ୍ଧାର, ଡ୍ରେନ, ରାସ୍ତା, ପିଇବା ପାଣି, ଲାଇଟ ଭଳି ପ୍ରସଙ୍ଗରେ ଆପ୍ ଲୋକମାନଙ୍କ ପାଖକୁ ଯିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ପଦ୍ମପୁର, ବିଜେପୁର, ଭଟଲି, ଅତାବିରା ବିଧାନସଭାର ସଂଗଠନ ଉପରେ ଆଲୋଚନା ହୋଇଥିଲା । ଦିଲ୍ଲୀରେ ସମସ୍ତଙ୍କୁ ଦୁଇ ଶହ ୟୁନିଟ ବିଜୁଳି ଫ୍ରି, ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ମାଗଣା ମିଳୁଥିବା ବେଳେ ମହିଳା ମାନଂକୁ ବସ ଯାତ୍ରା ଫ୍ରି ହୋଇଛି । ତେଣୁ ଓଡିଶାରେ ଆପ୍ ସଂଘଠନକୁ ବିସ୍ତାର କରିବା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମରିୟମ ବାର୍ଲା ମହିଳା ସଂଗଠନ, ଅସିତ ସାହୁ, ଛାତ୍ର ନେତା ପୋଲୁସ୍ତ୍ୟ ସାହୁ, ପଦ୍ମପୁରରୁ ଆନନ୍ଦ ସାହୁ, ବିଜେପୁରରୁ ଗୌରୀ ଶଙ୍କର ଆଚାର୍ୟ୍ୟ, ଭଟଲି ଉଜ୍ଜ୍ୱଳ ସେଠ, ମମତା ବେହେରା, ଅଲିମ ରିଜବି, ଯଶୋବନ୍ତି ପୋଢ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.