ବିଦ୍ୟୁତ ଶବଦାହ ଚୁଲ୍‌ହା ସ୍ଥାପନ, ରିହାତି ମୂଲ୍ୟରେ ଶବଦାହ ପାଇଁ କାଠ ବ୍ୟବସ୍ଥା ଆଦି ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସହରର ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଶବ ଦାହ ପାଇଁ ଏବେ କାଠର ସଂକଟ ଦେଖିବାକୁ ମିଳିଛି । ତେଣୁ ବରଗଡରେ ଏକ ସ୍ଥାୟୀ ବିଦ୍ୟୁତ ଶବଦାହ ଚୁଲ୍‌ହା ସ୍ଥାପନ ପାଇଁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ସେହିପରି ରିହାତି ମୂଲ୍ୟରେ କାଠ ଯୋଗେଇବାକୁ ଦାବୀ ହୋଇଛି । ବରଗଡ ଜୀରା ନଦୀ ସ୍ୱର୍ଗଦ୍ୱାରକୁ ସଂଯୋଗ କରୁଥିବା ବ୍ରିଜ ଭାଙ୍ଗି ଯାଇଥିବାରୁ ତୁରନ୍ତ ନିର୍ମାଣ କରିବାକୁ ଦାବୀ କରିଛନ୍ତି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ । ଗୋବିନ୍ଦପାଲି ସ୍ଥିତ ସ୍ମଶାନ ଘାଟର ପୁନଃରୁଦ୍ଧାର ପାଇଁ ମଧ୍ୟ ସ୍‌ସ୍ୱର ଉଠାଇଛି ସଂଗଠନ। ବରଗଡ ପୋୖର ପରିଷଦ ଅଧୀନରେ ଆବେଦନ କରୁଥିବା ହରିଶ୍ଚନ୍ଦ୍ର ଯୋଜନାରେ ଲୋକଙ୍କୁ ସହାୟତା ଶୀଘ୍ର ଦେବାକୁ ଅମିତାଭ ପାତ୍ର ଦାବୀ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କୁ ସ୍ମାରକ ପତ୍ର ଦେଇ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅସିତ ସାହୁ, ସ୍ୱାମୀ ଧ୍ୟାନ ଦୀପକ ଉପସ୍ଥିତ ରହିଥିଲେ ।
ବିଦ୍ୟୁତ ଶବଦାହ ଚୁଲ୍‌ହା ସ୍ଥାପନ, ରିହାତି ମୂଲ୍ୟରେ ଶବଦାହ ପାଇଁ କାଠ ବ୍ୟବସ୍ଥା ଆଦି ଦାବୀ କଲା ଆମ୍ ଆଦମୀ ପାର୍ଟି

Leave A Reply

Your email address will not be published.