ସ୍ୱସ୍ତି ସାହିତ୍ୟ ସଂସଦର ସଦସ୍ୟ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକୋତ୍ସବ ଉପଲକ୍ଷେ ସଦସ୍ୟ ସମାରୋହ ଓ ଭାବ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ମଧୁ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ରାଜୀବ ପାଣିଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ତଥା ଉପସଭାପତି ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ, ଡ. ଅଜୟ କୁମାର ମିଶ୍ର, ରାଜକୁମାର ମହାନ୍ତି, ପୁରାତନ ସଦସ୍ୟ ଡ. ପତିତପାବନ ମଣ୍ଡଳ, ଉପେନ୍ଦ୍ର ନାଥ ଷଡଙ୍ଗୀ, ଅଜୟ କୁମାର ପାଣି ଓ କୋଷାଧ୍ୟକ୍ଷ ବିଭୁତି ଭୂଷଣ ଦାସ ପ୍ରମୁଖ ମଂଚାସୀନ ରହି ଅନୁଷ୍ଠାନ ସହ ୪୨ ବର୍ଷର ଭାବଗତ ସଂପର୍କ ବିଷୟରେ ଆଲୋଚନା କରିଥିଲେ । ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା, ପାଠକଙ୍କ ଦରବାର, କବି ସନ୍ଧି, ମୁହାଁ ମୁହିଁ, ନାଟ୍ୟ ଦରବାର, ସ୍ୱସ୍ତି ପାଠକ ବୃଦ୍ଧି ଅଭିଯାନ, ସ୍ୱସ୍ତି ସୃଜନ ମୁର୍ଚ୍ଛନା, ସ୍ୱସ୍ତି ବନ ବିହାର ପରି ସହ ଆଭାସୀ ବୈଠକ ମାଧ୍ୟମରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇ ଖାଲି ରାଉରକେଲା କାହିଁକି ସମଗ୍ର ରାଜ୍ୟ ତଥା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ । ଏହି ଭଲି କାର୍ଯ୍ୟକ୍ରମ ଆଗକୁ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଓ ସଂପାଦକ ଶ୍ରୀ ପାଣି ଦୃଢତା ପ୍ରକାଶ କରିଥିଲେ । ଏହି ଅବସରରେ ସଦସ୍ୟମାନଙ୍କ ସୃଜନରେ ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଦସ୍ୟ ନିଜର ଅନୁଭୂତି ଓ ଭାବ ବିନିମୟ କାର୍ଯ୍ୟକ୍ରମ କରିଥିଲେ । ସଦସ୍ୟଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଡ. ସୁମନ ଦତ୍ତ, ଇଂ ପ୍ରତାପ କୁମାର ରାୟ, ଭଜେନ୍ଦ୍ର କୁମାର ସାହୁ, ରଶ୍ମି ସାହୁ, ଗୀତା ରାଣୀ ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମାନସୀ ମହାପାତ୍ର, ଶୈଳେନ୍ଦ୍ର ମହାନ୍ତି, ଶମ୍ବୁନାଥ ପରିଡା, ଚନ୍ଦ୍ରମଣି ମାଝୀ, ବବିତା ମହାଳିକ, ଜ୍ୟୋସ୍ନାରାଣୀ ପାତ୍ର, କାଶୀନାଥ ନନ୍ଦୀ, କନକଲତା ମିଶ୍ର, ସ୍ମିତା ମିଶ୍ର, ନିରୁପମା ପତି, ହରିହର ଶତପଥୀ, ସନାତନ ପ୍ରଧାନ, ଅଶ୍ୱିନୀ କୁମାର ପ୍ରଧାନ, ନୃସିଂହ ଚରଣ ମହାନ୍ତି, ବିଜୟିନୀ ଜେନା, ଜ୍ୟୋସ୍ନା କୁମାରୀ ନାଏକ, ରମେଶ ଚନ୍ଦ୍ର ପାତ୍ର, ଧୀରେନ ସେନାପତି, ପ୍ରଳୟ ଶତପଥୀ, ସୁରେନ୍ଦ୍ର ନାଥ ଜେନା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ତ୍ରିଲୋଚନ ସ୍ୱାଇଁ, ସରୋଜକାନ୍ତ ଜେନା, ନିରଞ୍ଜନ ଶତପଥୀ, ପ୍ରଫୁଲ୍ଲ ସାମଲ, ଭଗବାନ ପରିଡା, କିଶୋରୀ ମୋହନ କର, ରଶ୍ମିବାଳା ରାଉତରାୟ, ଭାଗବତ ସାହୁ, ବିଜୟ କୁମାର ପାତ୍ର, ପାରେଶ୍ୱର ବିଶ୍ୱାଳ, ଡା ସୁଶାନ୍ତ ପାଣି, ଗୌତମ ଦାସ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମତ ବିନିମୟ କରିଥିଲେ । ଏହି ଅବସରରେ ଗତ ମେ ମାସରେ କରାଯାଇଥିବା ନାଟକରେ ଅଭିନୟ କରିଥିବା କଳାକାରଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କୋଷାଧ୍ୟକ୍ଷ ଶ୍ରୀ ଦାସ ଆୟବ୍ୟୟର ହିସାବ ଦେଇଥିବା ବେଳେ ଉପସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.