oom

ଅନୁଭୂତି ସୃଷ୍ଟ ସାହିତ୍ୟ ପ୍ରାମାଣିକ ସତ୍ୟୋତ୍ତର : ଡ.ହୋତା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସନ୍ଧ୍ୟାରେ ଧାମରା ସଂଘରେ ଆୟୋଜିତ ଶାରଦୀୟ ସାହିତ୍ୟ ଆସର ଏବଂ କବିତା ପାଠୋତ୍ସବରେ ଯୋଗଦେଇ ବିଶିଷ୍ଟ ପ୍ରାବନ୍ଧିକ ସମାଲୋଚକ ଡ.ଚନ୍ଦ୍ରଶେଖର ହୋତା ସାହିତ୍ୟରେ ଅନୁଭୂତି ଓ ଅନୁଭବର ଉଡାଣ ବିଷୟରେ ଆଲୋକପାତ କରିଥିଲେ । ଡ.ହୋତା କହିଲେ ଯେ, ଗଭୀର ଅନୁଭବ ହିଁ ସାହିତ୍ୟର ବୀଜ ବଟନ୍ କରେ । ଏହା ପ୍ରାମାଣିକ ଓ ସତ୍ୟର ନିକଟବର୍ତ୍ତୀ କରାଏ । ଅନୁଭୂତି ସୃଷ୍ଟ ସାହିତ୍ୟର ଅନ୍ତରଙ୍ଗ ତା ଓ ଆତ୍ମିକ ତା ସାହିତ୍ୟକୁ ସାର୍ବଜନୀନ ଓ ସର୍ବକାଳୀନ କରିବାକୁ ଚେଷ୍ଟା କରେ । ଗାଳି, ଆମ୍ବେଦକର ଦଳିତ ସାହିତ୍ୟ ଅନୁଭବୋତ୍ତୀର୍ଣ୍ଣ ସାହିତ୍ୟର ପରି ପ୍ରକାଶ । କଳା, କଳ୍ପନା, ସଉକୁମାର୍ଯ୍ୟ ସାହିତ୍ୟ ସାହିତ୍ୟର ବାହ୍ୟ ରୂପ ହେଲେ ଅନୁଭୂତିର ସିଦ୍ଧତା ତା’ର ଆତ୍ମା । ଶ୍ରୀମତ୍ ଶଙ୍କରାଚାର୍ଯ୍ୟଙ୍କୁ ମଣ୍ଡନ ମିଶ୍ରଙ୍କ ସ୍ତ୍ରୀ ଭାରତୀ ପରାସ୍ତ କରିବାର ଏକ ମାତ୍ର କାରଣ ଥିଲା କାମ କେଳି ରତି ଅନୁଭବବାଦୀ ସନ୍ୟାସୀ ଓ ବୈରାଗ୍ୟ ଜୀବନ । ଅନୁଭୂତି ସାହିତ୍ୟର ଭିତ୍ତି ଜୀବନର ଭୂମି, ଏହା ହିଁ ମଣିଷକୁ ସର୍ବଦା ଦୂରଦୃଷ୍ଟି, ଦିବ୍ୟଦୃଷ୍ଟି ଓ ସୁକ୍ଷ୍ମ ଅବବୋଧ ସହ ଏକାମ୍ର କରାଇଥାଏ । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ, କବି ନିରୁପମା ପତିଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ସାହିତ୍ୟ ଆସରରେ ବରେଣ୍ୟ ଅତିଥି ଶ୍ରୀମତୀ ସ୍ନିଗ୍ଧା ନାୟକ କହିଲେ ସାହିତ୍ୟ ଆଉ ସମାଜ ପରସ୍ପର ପରିପୂରକ, ସମାଜ ବିନା ସାହିତ୍ୟ ନାହିଁ, ସାହିତ୍ୟ ବିନା ସମାଜ ନାହିଁ, ଧାମରା ସଂଘର ସାଧାରଣ ସମ୍ପାଦକ ଭଗବାନ ରାଉତ ସଭାପତିତ୍ବ ଅଭିଭାଷଣରେ ଧାମରା ସାହିତ୍ୟ ସଂସଦ ଗଠନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲା ବେଳେ ସହ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ, ଏହି ଅବସରରେ ଡ.ଚନ୍ଦ୍ରଶେଖର ହୋତାଙ୍କୁ ଧାମରା ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ନିଗ୍ଧା ନାୟକଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଏବଂ ଗଉତମ ଦାସ, ବସନ୍ତ ବିଶ୍ଵକର୍ମାଙ୍କ ସଂଯୋଜନାରେ କବି ବ୍ରଜେନ୍ଦ୍ର ଦାସ, ତ୍ରିନାଥ ସିଂହ, ମିନକେତନ ପଶାୟତ, ତ୍ରିଲୋଚନ ସ୍ବାଇଁ, ପ୍ରଣତି ବେହେରା, ସ୍ୱର୍ଣ୍ଣ ଦତ୍ତ, ସୁଶ୍ରୀ ସଂଗୀତା ଦାସ, ବିନୋଦିନୀ ପଣ୍ଡା, କନକ ମିଶ୍ର, ସୁଶାନ୍ତ କୁମାର ନାୟକ, ନିରୁପମା ପତି, ସଞ୍ଜୟ, ଆଦି କୋଡ଼ିଏ ଜଣ କବି କବିତା ପାଠ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ବିଶ୍ୱାଳ, ସୁକାନ୍ତ ଖୁଣ୍ଟିଆ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବି ପ୍ରତାପ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.