ଜିଲ୍ଲାପାଳଙ୍କ ସହ କୋଭିଡ଼ ସ୍ଥିତି ନେଇ ଆଲୋଚନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଏବଂ ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜି ସାଂସଦ ସୁରେଶ ପୁଝାରୀ, ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ୟ୍ୟ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆର୍ଟିପିସିଆର ପରୀକ୍ଷା, ଭ୍ରାମ୍ୟମାଣ ଗାଡି ତଥା ସ୍ଥାନୀୟ ସ୍ତରରେ ଆଣ୍ଟିଜେଣ୍ଟ ଟେଷ୍ଟ ବୃଦ୍ଧିର ବ୍ୟବସ୍ଥା, ଆଇ.ସି.ୟୁ ବ୍ୟବସ୍ଥା, ଭେଣ୍ଟିଲେଟର ଓ ବେଡ଼ ବ୍ୟବସ୍ଥାର ବୃଦ୍ଧି, ଆଇଓସିଏଲ୍‌ ଦେଇଥିବା ଭେଣ୍ଡିଲେଟରକୁ କାର୍ୟ୍ୟକ୍ଷମ କରିବା, ପର୍ୟ୍ୟାପ୍ତ ମାତ୍ରାରେ ଅକସିଜେନ୍ ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା । ଏହା ସହିତ ପର୍ୟ୍ୟାୟ କ୍ରମେ ଭଟଲି, ସୋହେଲା, ବରପାଲି ତଥା ପଦ୍ମପୁରରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.