p purohi

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବସନ୍ତ ଆସର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଲ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ତରଫରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ବସନ୍ତ ଆବାହନୀ କବିତା ଆସରର ଏକ ୱେବ ସଂଗୋଷ୍ଠି ଆୟୋଜିତ ହୋଇଥିଲା । ସୁଶ୍ରୀ ସବିତା ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସୁଶ୍ରୀ ସଂଯୁକ୍ତା ପରିଚ୍ଛା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇ କବି ନେପାଳ ବାଗ, ଡ. ଅଶୋକ କୁମାର ସେଠି, ଜ୍ୟୋତିରାଣୀ ମିଶ୍ର, ପ୍ରତୀମା ମେହେର, ମାଳତି ଉଦ୍‌ଗାତା, ଡ. ସଦାବିହାରି ସାହୁ, ଗୀତାଞ୍ଜଳି ରଥ, କସ୍ତୁରୀ ରଥ, ସୁରୁଚି ମିଶ୍ର, ଜ୍ୟୋସ୍ନା ମିଶ୍ର, କବିତା ମିଶ୍ର ପ୍ରମୁଖ ସ୍ୱରଚିତ ମନୋଜ୍ଞ କବିତା ପାଠ କରିଥିଲେ । ରାଜ୍ୟ ସାଧାରଣ ସଂପାଦକ ଧର୍ମବ୍ରତ ରଥ ଏବଂ ଜିଲ୍ଲା ଉପ-ସଭାପତି ଅଚ୍ୟୁତାନନ୍ଦ ଉଦ୍‌ଗାତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭ୍ୟ ରାମଚନ୍ଦ୍ର ପଟେଲ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.