ଚିକିତ୍ସା ଅବହେଳା ଯୋଗୁ ହସ୍ପିଟାଲରେ ଆଖି ବୁଜିଲେ ମାଆ ଛୁଆ

ବଲାଙ୍ଗୀର : ଚିକିତ୍ସା ଅବହେଳା ଯୋଗୁ ହସ୍ପିଟାଳରେ ଆଖି ବୁଜିଲେ ମାଆ ଛୁଆ । ଏଭଲି ଏକ ଘଟଣା ଦେଖିବାକୁ ମିଳିଛି ଭୀମ ଭୋଇ ହସ୍ପିଟାଲରେ ମାଆ ସହ ନବଜାତ ଶିଶୁର ମୃତ୍ୟୁ । ଏ ନେଇ ହସ୍ପିଟାଲ ପରିସରରେ ମୃତକଙ୍କ ସଂପର୍କୀୟମାନେ ହୋହାଲ୍ଲା କରିଛନ୍ତି । ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ପୁରୁଣାପାଣି ଗାଁର ଭକ୍ତ ସୁନାଙ୍କ ସ୍ତ୍ରୀ ପଙ୍କଜିନୀ ସୁନାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ଅସ୍ତ୍ରୋପଚାର ପରେ ଏକ ମୃତ ଶିଶୁକନ୍ୟା ଜନ୍ମ ହୋଇଥିଲା । ଅସ୍ତ୍ରୋପଚାର ପରେ ଗଭୀର ରକ୍ତସ୍ରାବ ହୋଇଥିଲା । ମହିଳାଙ୍କ ଚିକିତ୍ସା କରିବା ବଦଳରେ ତାଙ୍କୁ ବୁର୍ଲା ପଠାଇ ଦେଇଥିଲେ । ସେତେବେଳକୁ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି ।

Leave A Reply

Your email address will not be published.