centurian jitm

ଗାଧୋଇବା ବେଳେ ଅଘଟଣ

nschool

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗାରେ ଜଣେ ପର୍ଯ୍ୟଟକ ବୁଡି ଯାଉଥିବାବେଳେ ଉଦ୍ଧାର ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିହାର ଜହାନବାଦର ଅମନ କୁମାର (୨୫) । ତାଙ୍କୁ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ । ସୂଚନା ଯୋଗ୍ୟ ଯେ, ଗୁରୁବାର ବିହାର ଜହାନବାଦର ଅମନ କୁମାର କୋଣାର୍କ ଓ ଚନ୍ଦ୍ରଭାଗା ପରିଦର୍ଶନରେ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ସମୁଦ୍ର ଜୁଆରରେ ବୁଡି ଯାଇଥିଲେ । ଲାଇଫ୍ ଗାର୍ଡ ଦେଖି ତୁରନ୍ତ ତାଙ୍କୁ ଉଧାର କରି କୂଳକୁ ଆଣିଥିଲେ । ଘଟଣା ସମ୍ପର୍କରେ ଖବର ପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଗୁରୁତର ଅବସ୍ଥାରେ ଅମନଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ଵର ନିଆଯାଇଛି ।

Leave A Reply

Your email address will not be published.