ଡଙ୍ଗାଘାଟ ଦୁର୍ନୀତି ଖୋର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଲୋକଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତ କାର୍ୟ୍ୟ ନୀର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ ତେର ବର୍ଷ ଧରି ଏଠାରେ ରହି କାର୍ୟ୍ୟନୀର୍ବାହୀ ଅଧିକାରୀ ନିରଞ୍ଜନ ସାହୁଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ପୁଢେରଖାର ଗ୍ରାମର ଦୁଃଖିରତ୍ନ ରଣା ସମେତ ଅନ୍ୟ ମାନେ ମଧ୍ୟ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅଭିଯୋଗ କରିଛନ୍ତି । ଗ୍ରାମ ପଞ୍ଚାୟତର ପ୍ରତ୍ୟେକ କାମରେ ଦୁର୍ନୀତି କରୁଥିବା ଅଭିଯୋଗ ଉଠାଇଛନ୍ତି ଅଭିଯୋଗକାରୀମାନେ । ଏହି କାର୍ୟ୍ୟନୀର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ କାହିଁକି ବୋଲି ମଧ୍ୟ ପ୍ର‌ଶ୍ନ କରିଛ‌ନ୍ତି । ପଦ୍ମପୁର ଉପଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବା ସହ ଶୀଘ୍ର ବଦଳି କରିବା ପାଇଁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.