om academy

କୋଶଳ ସୁନ୍ଦରୀ ଆୱାଡ୍ ପାଇଁ ଆଭାଷୀ ବୈଠକ

jsm

ସାଲେଭଟା, (କେପିଏନ୍‌ଏସ୍‌) : ଏଆର୍ ମିଡିଆର ମୁଖ୍ୟ ଅକ୍ଷୟ ସରାଫ୍‌ଙ୍କ ଆବାହନରେ ଆଜି ଅପରାହ୍ନ ୪ଟାରେ ୨୦୨୪ର କୋଶଳ ସୁନ୍ଦରୀ ଆୱାଡ୍ ପାଇଁ ଏକ ଆଭାଷୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେମଲତା ନିଆଲଙ୍କ ପ୍ରସ୍ତାବ କ୍ରମେ ରୀନା ୟାଦବଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ୨୦୨୪ କୋଶଳ ସୁନ୍ଦରୀ ଆୱାଡ୍ ପାଇଁ ବିଭିନ୍ନ ଆଲୋଚନା ହୋଇଥିଲା । ସମସ୍ତଙ୍କର ସହଜୋଗରେ ଏହି ମହୋତ୍ସବକୁ ସଫଳ କରିବାକୁ ସମସ୍ତେ ମତାମତ ରଖିଥିଲେ । ଏଥିରେ ପ୍ରତିଜ୍ଞା ଖବର କାଗଜର ସମ୍ପାଦକ ଅଶୋକ ସାହୁ, କିଶୋର ହୋତା, କୋଶଳ ସୁନ୍ଦରୀ ସସ୍ମିତା ମେହେର, ହେମଲତା ନିଆଲ, ଅହଲ୍ୟା ମଟାରୀ, ଜାଜ୍ଞସେନୀ ସାହୁ, ଶୃତିସୁଧା ପଣ୍ଡା ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଶୃତିସୁଧା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.