oum

‘ସମ୍ବଲପୁର ଡେଭଲପ୍‌ମେଣ୍ଟ ଅଥରିଟି’ କାର୍ଯ୍ୟାଳୟ ପ୍ରତି ଅବହେଳା ଅଭିଯୋଗ

jsm

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଡେଭଲପ୍‌ମେଣ୍ଟ ଅଥରିଟିର ବୈଷୟିକ ତଥା ପ୍ରଶାସନିକ ଅଧିକାରୀଙ୍କ ଅଭାବ ସବୁବେଳେ ରହିଆସିଛି । ଏବେ ଦୀର୍ଘ ଏକ ବର୍ଷ ହେଲା ଅଧ୍ୟକ୍ଷ ପଦ ଖାଲି ପଡ଼ିଛି । ଫଳତଃ ବହୁ ଗୁରତ୍‌ତ୍ୱପୂର୍ଣ ପ୍ରକଳ୍ପ କାମ ଠପ୍ ହୋଇଯାଇଛି । ସାଧାରଣ ଲୋକଙ୍କ ନକ୍ସା ଅନୁମୋଦନ କାର୍ୟ୍ୟ ମଧ୍ୟ ହୋଇ ପାରୁନଥ୍‌ଥ୍ୱା ଅଭିଯୋଗ ହେଉଛି । ଅପରପକ୍ଷରେ ଆଗାମୀ ୨୦୩୦ ପାଇଁ ପ୍ରସ୍ତୁତ ପ୍ଲାନ୍ ଗୁଜରାଟର ଏକ କମ୍ପାନୀ ଗ୍ରିଟକୋ ଦେଇଥିବା ପ୍ରକଳ୍ପ ଏଗାର ବର୍ଷ ହେଲା ଫାଇଲରେ ପଡି ରହିଛି । ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇ ନପାରିବାରୁ ଅସଲ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ । ଏହି କମ୍ପାନୀକୁ ସେ ସମୟରେ ୯୩ ଲକ୍ଷ ଟଙ୍କା ଦିଆ ଯାଇଥିଲା । କେବଳ ଅସ୍ଥାୟୀ କର୍ମଚାରୀଙ୍କୁ ଡେ଼ପୁଟେସନରେ ଅଣାଯାଇଛି ଏବଂ ଅଧ୍ୟକ୍ଷ ପଦରେ ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ କରାଯାଉ ଥିବାର ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.