jayashree

ପୋଲିସ ପ୍ରଶାସନର ଅବହେଳା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ.୩ ଶଶିଭୂଷଣ ଦାସ ଆଜକୁ ୨୦୧୫ରୁ ପାଇକମାଲ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମରେ ଦିବ୍ୟାସିନୀ ଲୁହାରଙ୍କୁ ବୈଦିକ ହିନ୍ଦୁ ରୀତିରେ ବିବାହ କରିଥିଲା । ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, କୌଣସି କାରଣ ନଥାଇ ଝିଅର ମା’ ଡାଣ ଲୁହାର ଆଜକୁ ଦୁଇ ବର୍ଷ ହେଲା ତାଙ୍କ ଝିଅକୁ ସଙ୍ଗରେ ନେଇ ବୁକୁରାମୁଣ୍ତା ଗ୍ରାମକୁ ଚାଲି ଯାଇଥିଲେ । ପର ମୁହୂର୍ତ୍ତରେ କିଛି ଦିନ ପରେ ଶଶିଭୂଷଣ ତାଙ୍କ ସ୍ତ୍ରୀକୁ ଆଣିବାକୁ ଯାଇଥିଲେ । କିନ୍ତୁ ଝିଅକୁ ଶାଶୁଘରକୁ ଛାଡି ଦେବାକୁ ବାପା କାନ୍ତଲାଲ ଲୁହାର ଓ ଡାଣ ଲୁହାର ମନା କରି ଦେଇଥିଲେ । କିଛି ଦିନ ପରେ ଶଶିଭୂଷଣ ପ୍ରଶାସନର ଦ୍ୱାରସ୍ଥ ହୋଇ ସିଏମ୍‌ସି ନଂ.୧୪୬, ୟୁ/ଏସ୍‌୯୭ସି୪ପିସି.ରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଦାଲତରେ ଜଗଦଲପୁର ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲା ଏବଂ ତା ୧୪.୧.୨୦୨୦ ସୁଦ୍ଧା ହାଜର ହେବାକୁ ଆଦେଶ କରା ଯାଇଥିଲା । କିନ୍ତୁ ଆଜି ପର୍ୟ୍ୟନ୍ତ ତାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଶ୍ରୀ ଦାସ ପୁଣି ଥରେ ରିମାଇଣ୍ତର କରି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ଝିଅ କୁଆଡେ ବାପ ଘରେ ରହୁନାହିଁ । ସେ ଅନ୍ୟତ୍ର ରହୁଛି । ଏହାର ସତ୍ୟାସତ୍ୟ ତଦନ୍ତ ପୂର୍ବକ ନ୍ୟାୟ ପାଇବା ପାଇଁ ପୋଲିସ ପ୍ରଶାସନର ସହାୟତା ଲୋଡି ଅଭିଯୋଗକୁ ଭିତ୍ତି କରି ନ୍ୟାୟ ଦେବା ପାଇଁ ଶଶିଭୂଷଣ ଦାସ ଦାବୀ କରିଛନ୍ତି ।

Leave A Reply

Your email address will not be published.