oom

ଉତ୍କଳମଣିଙ୍କ ୯୩ ତମ ଶ୍ରାଦ୍ଧବାର୍ଷି ସମାରୋହ

jsmm

ଛତ୍ରପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗୋପବନ୍ଧୁ ସ୍ମୃତି କମିଟୀ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ପବିତ୍ର ନେତ୍ରୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁଙ୍କ ସାଧୂତାପରାୟଣତା, ସ୍ୱଦେଶୀ ଚିନ୍ତାଧାରା, ଗାରିବ ଖଟିଖିଆ ମେହନତୀ, ଶ୍ରମିକ, ଚାଷୀ ମୂଲିଆ ସମାଜ, ତଥା ସେ ଅଟନ୍ତି ଗରିବର ବନ୍ଧୁ ଗୋପବନ୍ଧୁ । ଅସହାୟ ମାନବପ୍ରାଣୀଙ୍କ ଦୁଃଖର ସାଥୀ । ସେ ଜଣେ ଭାରତବର୍ଷର ଦ୍ୱିତୀୟ ଓଡ଼ିଆ କବି, ସାହିତ୍ୟିକ, ଓଡ଼ିଶା ସାମ୍ବାଦିକତା ଜୀବନର ଜଣେ ମୁଖ୍ୟ କର୍ଣ୍ଣଧାର ଅଟନ୍ତି । ଓଡ଼ିଶା ସାମାଜିକ ଜୀବନ ଧାରାରେ ତାହାଙ୍କ ବ୍ୟକ୍ତିତ୍ୱର ମହନୀୟତା ଜନମାନସରେ ବିରଳ ବୋଲି ଏହି ସ୍ମୃତିଚାରଣ ସଭାରେ ପ୍ରତିପାଦନ କରାଯାଇଛି । ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ସ୍ତର ଯାଏଁ ତାହାଙ୍କ ସ୍ମୃତିରକ୍ଷା ସାଂଗକୁ ସ୍ମୃତିଚାରଣ କରାଯାଇ ତାହାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏହି ମଞ୍ଚରେ ଆହ୍ୱାନ ଦିଆଯାଇଛି । ବିଶିଷ୍ଟ ଆଇନଜୀବୀ ତଥା ସାହିତ୍ୟିକ ବ୍ରଜମୋହନ ଆଚାର୍ଯ୍ୟ, ଆଇନଜୀବୀ, ତଥା କବି ଆଦିତ୍ୟ ନାରାୟଣ ମିଶ୍ର, ଆଇନଜୀବୀ ସର୍ବଶ୍ରୀ ରାମଚନ୍ଦ୍ର ବେହେରା, ଦେବେନ୍ଦ୍ର ମିଶ୍ର, ମନୋଜ ପାଢ଼ୀ, ଡ଼ି.ଆଦି ନାରାୟଣ ରେଡ୍ଡୀ, ପ୍ରମୁଖ ବହୁ ଆଇନଜୀବୀଗଣ ଏବଂ ସୁସାହିତ୍ୟିକ ତଥା ଜିଲ୍ଲା ଗ୍ରନ୍ଥାଗାରୀକ ଅମୀୟ କୁମାର ଧଳ, ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲୀପ ପଲେଇ, ଉପ -ସଭାପତି କେ.ସତ୍ୟନାରାୟଣ ରେଡ୍ଡୀ, ପ୍ରମୁଖ ଯୋଗଦେଇ ତାତ୍ତ୍ଵିକ ଆଲୋଚନା କରିଥିଲେ । ଲକ୍ଷ୍ମଣ ଭବନର ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.