୩ବସ୍ତା ଗଞ୍ଜେଇ ସହ ଜଣେ ଗିରଫ

କଳାହାଣ୍ଡି : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୩ ବସ୍ତା ଗଞ୍ଜେଇ ଜବତ ସହ ଜଣେ ଗିରଫ । ସୂଚନାଯୋଗ୍ୟ ଯେ ଶନିବାର ସକାଳେ ମୋହନଗିରିରୁ ମଦନପୁର ରାମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ତୁଜୁଙ୍ଗ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଏକ ନାଲି କାର୍‌ରେ ତିନି ବସ୍ତା ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ଆନୁମାନିକ ଓଜନ ୫୫ କେଜି ହେବ ବୋଲି କୁହାଯାଇଛି । ଯାହାର ଅନୁମାନିକ ମୂଲ୍ୟ ୫,୫୦,୦୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ରାୟପୁର ଅଞ୍ଚଳରର ସଚିନ ଛତ୍ରିଆ ବୋଲି ଜଣାପଡ଼ିଛି । ମିଳିଥିବା ଗାଡ଼ିର ନମ୍ବରଟି ମଧ୍ୟ ନକଲି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!