jayashree

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚଳିତ ବର୍ଷର ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଲା । ଗତ ବର୍ଷ ତୁଳନାରେ ଏବର୍ଷ କଳାରେ ପାସ୍‌ ହାର ୧.୬୭% ଓ ଧନ୍ଦାମୂଳକରେ ୪.୯୧% ବୃଦ୍ଧି ପାଇଛି । ଚଳିତ ବର୍ଷ ଯୁକ୍ତ୨ କଳାରେ ପାସ୍‌ ହାର ୬୭.୫୬% ଓ ଧନ୍ଦାମୂଳକରେ ୫୭.୫୩% ରହିଛି ବୋଲି ଜଣାପଡିଛି । ୯୦% ରୁ ଊର୍ଦ୍ଧ ନମ୍ବର ରଖି ଉଭୟ ବିଭାଗରେ ଜଣେ ଲେଖାଁଏ ରାଜ୍ୟରେ ଟପ୍ପର୍‌ ହୋଇଛନ୍ତି । ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ମା’ ତାରିଣୀ କଲେଜର ଛାତ୍ରୀ ସମ୍ଭାବନା ସାହୁ ୫୪୬ ନମ୍ବର ରଖି ସାରା ରାଜ୍ୟରେ ଯୁକ୍ତ୨ କଳାରେ ଟପ୍ପର ହୋଇଥିବା ବେଳେ ଧନ୍ଦାମୂଳକରେ କେନ୍ଦ୍ରାପଡା ସରକାରୀ ଧନ୍ଦାମୂଳକ ଜୁନିୟର କଳେଜର ଛାତ୍ରୀ ମୈତ୍ରୀ ରାଉତ ୫୪୧ ନମ୍ବର ରଖି ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି । କଳା ବିଭାଗରେ ପରୀକ୍ଷା ଦେଇଥିବା ୨ ଲକ୍ଷ ୧୯ ହଜାର ୭୧୬ ଜଶ ପାରକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଫଳାଫଳରେ ୨୨,୧୯୬ ପ୍ରଥମ ଶ୍ରେଣୀ, ୨୬,୦୨୭ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧ ଲକ୍ଷ ୧୦୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.